ରାଜ୍ୟ

ଦୁର୍ନୀତି ଅର୍ଥ ହେରଫେର ଅଭିଯୋଗ ରେ ଚାରି ଶିକ୍ଷକଙ୍କୁ ଭିଜିଲାନ୍ସ ନୋଟିସ

ଫୁଲବାଣୀ –
ମାତ୍ରାଧିକ ଦୁର୍ନୀତି ଓ ଅର୍ଥ ହେରଫେର ଅଭିଯୋଗ ରେ ଭିଜିଲାନ୍ସ ବିଭାଗ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପିପଲମାଳ
ସରକାରୀ ଉପ୍ରା ବିଦ୍ୟାଳୟ ର ଚାରି ଜଣ ଶିକ୍ଷକ ଙ୍କ ବିରୁଦ୍ଧରେ ନୋଟିସ ଜାରି କରିଛି l ସେମାନେ ହେଲେ ଅଶୋକ କୁମାର ମୁଦୁଲି,ଶରତ ଚନ୍ଦ୍ର ସାହୁ,ସନାତନ ସାହୁ, ଲାଲୁ କଂହର l
ଏହି ଚାରିଜଣ ଶିକ୍ଷକ 2019ମସିହା ରୁ 2021ମଧ୍ୟରେ ସ୍କୁଲ କୁ ଆସିଥିବା ମଧ୍ୟାହ୍ନ ଭୋଜନ ବାବଦ ଅର୍ଥ ଓ ଅନ୍ୟନ୍ୟ ଗ୍ରାଣ୍ଟ ଇନ ଏଡ଼ ବାବଦଲକ୍ଷାଧିକ ଟଙ୍କା ର ଅର୍ଥଅନୁଦାନ ହେରଫେର କରିଥିବା ନେଇ ଅଭିଯୋଗ ହୋଇଥିଲା l ଏ ନେଇ ବିଭିନ୍ନ ଗଣ ମାଧ୍ୟମ ରେ ପ୍ରକାଶ ପାଇବା ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି l ଏହି ଶିକ୍ଷକ ମାନଙ୍କୁ ଆସନ୍ତା ୭ ଦିନ ମଧ୍ୟରେ ସର୍ବିଶେଷ ନଥିପତ୍ର ଦାଖଲ କରିବା ଲାଗି ଏପ୍ରିଲ ୨ ରେ ଫିରିଙ୍ଗିଆ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଚିଠି ନମ୍ବର —
୧୯୩ /vig. Plb ରେ ପତ୍ର ଦେଇଛି
l ତେବେ ଏ ନେଇ ଏ ବି ଇ ଓ ଫିରିଙ୍ଗିଆ କୁ ମତାମତ ପାଇଁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ବି ସେ ଫୋନ ନ ଉଠାଇବା ଫଳରେ ମତାମତ ମିଳିପାରିନାହିଁ l ଭିଜିଲାନ୍ସ କି ପଦକ୍ଷେପ ନେଉଛି ଆଗାମୀ ଦିନରେ ଜଣା ପଡିବ l

Leave a Reply

Your email address will not be published. Required fields are marked *