ରାଜ୍ୟ

ଅସହାୟ ମଣିଷ ର ଦରଦୀ ବନ୍ଧୁ କଳିଙ୍ଗ ଆବାସିକ ବିଦ୍ୟାଳୟ ।

ଜିବେନ୍ଦୁ ମଲ୍ଲିକ ରିପୋର୍ଟ
କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଦାନପୂର୍ ପଞ୍ଚାୟତ କେଶପୂର୍ ଦୋହଳି ରେ ଅବସ୍ଥିତ।ଅସହାୟ ମଣିଷ ର ଦରଦୀ ବନ୍ଧୁ କଳିଙ୍ଗ ଆବାସିକ ବିଦ୍ୟାଳୟ ।
ମାନବ ସେବା ହିଁ ପ୍ରକୃତ ଇଶ୍ୱର ସେବା ସବୁ ବେଳେ ଆମ ସମାଜକୁ ଏହି ବାର୍ତ୍ତା ପ୍ରଦାନ କରୁଛି। ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିବା ସହ ସମାଜର ଉନ୍ନତି କ୍ଷେତ୍ରରେ ପିଲାଙ୍କ ଗୁରୁତ୍ୱପୂର୍ଣ୍ଣ ଭୁମିକା ବିଷୟରେ ମଧ୍ୟ ଶିକ୍ଷାଦାନ କରିଥାଏ।
ସ୍କୁଲ ଟିଏ ଖୋଲି ଦେଇ ନିଜର ପ୍ରଚାର ପ୍ରସାର କରିବାରେ ବ୍ୟସ୍ତ ରହିବା,କାମରେ ଲୋକଦେଖାଣିଆ କିଛି ଟଙ୍କା ପୁରାଇ ନାମ କମାଇବା, ସ୍କୁଲ କୁ ଶିକ୍ଷା ମନ୍ଦିର ରୁପେ ନ ଗଢି ବ୍ୟବସାୟିକ କରିବା,ଶିକ୍ଷକ ମାନଙ୍କୁ ତୁଚ୍ଛ ବ୍ୟବହାର କରିବା,ଶିକ୍ଷା ଅନୁଷ୍ଠାନରେ ମଜ୍ୟାଦା ନଷ୍ଟ କରି ରାଜନୀତି କେନ୍ଦ୍ରିକ କରିବା ଚିନ୍ତାଧାରା ନାହିଁ ଏ‌ହି ସ୍କୁଲର। ତଥାପି ବି ବେଳେବେଳେ ସମାଲୋଚନା ର ପାତ୍ର ହୁଏ ଏ ସ୍କୁଲ। ସେ ଯାହାହେଉ ନା କାହିଁକି ଦୁଃଖି ଅସହାୟ କୁ ଦେଖିଲେ ସହି ରହି ପାରେନି ଏ ସ୍କୁଲ , ତାହାର ଆଉ ଏକ ଜ୍ୱଳନ୍ତ ଉଦାହରଣ ଆପଣ ଜାଣିବେ ।
କେଶରପୁର ରବି ମହାନ୍ତି ଯେ କି ପାରାଲିସ୍ ରୋଗରେ ପୀଡିତ ତାଙ୍କୁ ରେଗୁଲାର ଡାକ୍ତର ପାଖକୁ ନେଇ ଚିକିତ୍ସିତ କରାଯାଉଛି । ଆଖ ପାଖଅଞ୍ଚଳରୁ ବୁଦ୍ଧି ଯିବି ଶିକ୍ଷାବିତ ଖୁସି ର ଲହରିଦେଖିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *