ରାଜ୍ୟ

ନିଆରା ଢଙ୍ଗରେ ଜନ୍ମଦିନ ପାଳନ

ଉଲୁଣ୍ଡା ୦୯/୪ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ପଞ୍ଚାୟତ ଅନ୍ତର୍ଗତ ଖଜୁରୀଆପାଲି ଗାଁ ର ଯୁବ ସମାଜସେବୀ ତଥା ପ୍ରକୃତିପ୍ରେମୀ ସତ୍ୟଜିତ ଗଡୁଆ ଙ୍କ ଜନ୍ମଦିନ ଆଜି ନିଆରା ଢଙ୍ଗରେ ପାଳନ କରିଛନ୍ତି।ବିନିକା ବ୍ଳକର ଗୁଲୁଣ୍ଡା ଠାରେ ଥିବା “ନିର୍ମଳ ଛାୟା ” ବୃଦ୍ଧାଶ୍ରମ କେନ୍ଦ୍ରକୁ ଯାଇ ସେଠାରେ ରହୁଥିବା ବୃଦ୍ଧବୃଦ୍ଧା ଅନ୍ତେବାସୀଙ୍କୁ ବସ୍ତ୍ର ଓ ମିଷ୍ଟାନ୍ନ ବଣ୍ଟନ କରିବା ସହ ଜନ୍ମଦିନ ର ଖୁସି ମୁହୂର୍ତ୍ତ ବୃଦ୍ଧାଶ୍ରମରେ ବିତେଇଥିଲେ।ଏଭଳି ମନୋଭାବ ନେଇ ସେ ସମାଜର ସେବା କରିବା ପାଇଁ ମନସ୍ଥ କରିଥିଲେ। ସତ୍ୟଜିତଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି।

Leave a Reply

Your email address will not be published. Required fields are marked *