ଦେଶ- ବିଦେଶ

ଯୁଦ୍ଧ ଚାଲିଥିବାବେଳେ ଅସୁସ୍ଥ ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

ତେଲ ଅଭିଭ୍ : ହାମାସ ସହ ଇସ୍ରାଏଲର ଗତ ୬ ମାସ ଧରି ଯୁଦ୍ଧ ଚାଲିଥିବାବେଳେ ଇସ୍ରାଏଲରୁ ଏକ ବଡ଼ ଖବର ଆସୁଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ମୋସାଦ ଏକ ସୋସିଆଲ ମିଡିଆ ପୋଷ୍ଟରେ ଏହି ସୂଚନା ଦେଇଛି । ବେଞ୍ଜାମିନ ନେତାନ୍ୟାହୁଙ୍କ ପ୍ରଧାନମନ୍ତ୍ରୀ ପଦ ବର୍ତ୍ତମାନ ଉପପ୍ରଧାନମନ୍ତ୍ରୀ ତଥା ନ୍ୟାୟ ମନ୍ତ୍ରୀ ୟାରିଭ୍ ଲେଭିନଙ୍କୁ ଦିଆଯାଇଛି। ହଠାତ୍ ଏହି ଘୋଷଣା ପରେ ଇସ୍ରାଏଲରେ ହଇଚଇ ସୃଷ୍ଟି ହୋଇଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଏ ନେଇ ସୂଚନା ଦେଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ନେତାନ୍ୟାହୁଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ନେଇ ସୂଚନା ଦେଇଛି। କାର୍ଯ୍ୟାଳୟ ଏହାର ବୟାନରେ କହିଛି ଯେ ପ୍ରଧାନମନ୍ତ୍ରୀଙ୍କୁ ଶନିବାର ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ତେଲ ଅଭିଭ୍ : ହାମାସ ସହ ଇସ୍ରାଏଲର ଗତ ୬ ମାସ ଧରି ଯୁଦ୍ଧ ଚାଲିଥିବାବେଳେ ଇସ୍ରାଏଲରୁ ଏକ ବଡ଼ ଖବର ଆସୁଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ମୋସାଦ ଏକ ସୋସିଆଲ ମିଡିଆ ପୋଷ୍ଟରେ ଏହି ସୂଚନା ଦେଇଛି । ବେଞ୍ଜାମିନ ନେତାନ୍ୟାହୁଙ୍କ ପ୍ରଧାନମନ୍ତ୍ରୀ ପଦ ବର୍ତ୍ତମାନ ଉପପ୍ରଧାନମନ୍ତ୍ରୀ ତଥା ନ୍ୟାୟ ମନ୍ତ୍ରୀ ୟାରିଭ୍ ଲେଭିନଙ୍କୁ ଦିଆଯାଇଛି। ହଠାତ୍ ଏହି ଘୋଷଣା ପରେ ଇସ୍ରାଏଲରେ ହଇଚଇ ସୃଷ୍ଟି ହୋଇଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଏ ନେଇ ସୂଚନା ଦେଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ନେତାନ୍ୟାହୁଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ନେଇ ସୂଚନା ଦେଇଛି। କାର୍ଯ୍ୟାଳୟ ଏହାର ବୟାନରେ କହିଛି ଯେ ପ୍ରଧାନମନ୍ତ୍ରୀଙ୍କୁ ଶନିବାର ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *