ରାଜ୍ୟ

ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ହୋଟେଲ୍ ଜ୍ୟୋତି ରେସିଡେନ୍ସି ସମ୍ମିଳନୀ କକ୍ଷରେ ଆୟୋଜିତ ସମ୍ୱର୍ଦ୍ଧନା ସଭାରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବ୍ରହ୍ମପୁର, ୨୯/୩ : ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ହୋଟେଲ୍ ଜ୍ୟୋତି ରେସିଡେନ୍ସି ସମ୍ମିଳନୀ କକ୍ଷରେ ଆୟୋଜିତ ସମ୍ୱର୍ଦ୍ଧନା ସଭାରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪- ୨୪ ଦଶ ବର୍ଷରେ ଓଡ଼ିଶାକୁ ୧୯ ଲକ୍ଷ କୋଟି ଟଙ୍କା ଅନୁଦାନ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାକୁ ରାଜ୍ୟ ସରକାର ବାଟମାରଣା କରି ନିଜର ବୋଲି ପ୍ରଚାର ଓ ପ୍ରସାର କରିବାରେ ଲାଗିଛି । ପ୍ରଚାର ସର୍ବସ୍ୱ ଦଳକୁ ରାଜ୍ୟବାସୀ ଚିହ୍ନି ପରିବର୍ତ୍ତନ କରିବାକୁ ମନସ୍ଥ କରିସାରିଲେଣି । ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହର ଶିକ୍ଷା, ସ୍ୱାସ୍ଥ୍ୟ, ସାଂସ୍କୃତିକ, ସାମାଜିକ, ଆର୍ଥିକ, ବ୍ୟବସାୟିକ ଓ ରାଜନୈତିକ ସବୁ କ୍ଷେତ୍ରରେ ଦକ୍ଷିଣ ଓଡ଼ିଶାର ନେତୃତ୍ବ ନେଇ ଓଡିଶା ଆସିଛି । ଏବେ ପରିବର୍ତ୍ତନର ସମୟ ଆସିଛି । ବ୍ରହ୍ମପୁରରୁ ହିଁ ପରିବର୍ତ୍ତନ ଆରମ୍ଭ ହେବ । ନେତୃତ୍ବ ବଦଳିବ ଏବଂ ଏହି ପରିବର୍ତ୍ତନର ବାର୍ତ୍ତା ସାରା ଓଡ଼ିଶାକୁ ଯିବ ବୋଲି ବିଜେପି ସାଂସଦ ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି । ଛାୟା ମୁଖ୍ୟମନ୍ତ୍ରୀଙ୍କ ଶାସନରେ ରାଜ୍ୟବାସୀ ଅତିଷ୍ଠ ହୋଇପଡ଼ିଲେଣି । ଡ଼ରି ଡ଼ରି ୨୪ ବର୍ଷ ବିତିଗଲା, ଏଣିକି ଆଉ ଡ଼ରିବାନି । ଡ଼ରିଲେ ଡ଼ରାଉଥିବେ । ମନରୁ ଭୟ ଛାଡ଼ି ଏଣିକି ଆମେ ସଂଗଠିତ ହୋଇ ଡ଼ରାଉଥିବା ସରକାରଙ୍କୁ ପ୍ରତ୍ୟାଖ୍ୟାନ କରି ପରିବର୍ତ୍ତନ ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ ସାଂସଦ ପ୍ରାର୍ଥୀ ଡ଼ଃ ପାଣିଗ୍ରାହୀ । କେନ୍ଦ୍ର ସରକାରଙ୍କ ପ୍ରତ୍ୟେକଟି ଯୋଜନା ନେଇ ଲୋକଙ୍କ ପାଖକୁ ଯାଇ ସେମାନଙ୍କୁ ଯୋଜନା ବିଷୟରେ ବୁଝାଇବା, ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟ କଥା କହିବାକୁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ଓଡ଼ିଶାବାସୀ ସିଙ୍ଗଲ୍ ଇଞ୍ଜିନ ସରକାର ବହୁତ ଦେଖିଲେଣି, ଏଥର ଡ଼ବଲ୍ ଇଞ୍ଜିନ ସରକାର ଗଠନ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହା ସହ ବ୍ରହ୍ମପୁର ମହାନଗର ନିଗମରେ କିଭଳି ଦୁର୍ନୀତି ଚାଲିଛି ସେ ବିଷୟରେ ଉଲ୍ଲେଖ କରିଥିଲେ । ଆଜିର ଏହି ସମ୍ୱର୍ଦ୍ଧନା ସଭାରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ଡା.ସୁବାସ ସାହୁ,ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ,ବ୍ରହ୍ମପୁର ଲୋକସଭା ପ୍ରଭାରୀ ଅଶୋକ ମିଶ୍ର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ବ୍ରହ୍ମପୁର ଲୋକସଭା ସଂଯୋଜକ ସରୋଜ ସାବତ,ବ୍ରହ୍ମପୁର ବିଧାନସଭା ପ୍ରଭାରୀ ରାମ ପ୍ରସାଦ ସାମଲ,ବରିଷ୍ଠ ନେତା କେ.ଅନିଲ କୁମାର,ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାସ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ ନାୟକ, ବ୍ରହ୍ମପୁର,ଆସ୍କା ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ରକୁ ନେଇ ଗଠିତ ବ୍ରହ୍ମପୁର ଜୋନ୍ ମିଡ଼ିଆ ସଂଯୋଜକ ସୁନିଲ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସାଧାରଣ ସମ୍ପାଦକ ତଥା ବ୍ରହ୍ମପୁର ବିଧାନସଭା ସଂଯୋଜକ ପ୍ରଭାତ କିରଣ ଷଡ଼ଙ୍ଗୀ ମଞ୍ଚ ପରିଚାଳନା କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦିକା ରତ୍ନଗର୍ଭା ସରସ୍ଵତୀ ଦେବୀ,ଏସ୍. ରାଣୀ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,କର୍ପୋରେଟର ସବିତା ସାହୁ,ପୂର୍ବତନ କର୍ପୋରେଟର ରଞ୍ଜିତ ପଟ୍ଟନାୟକ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନୁଜା ନନ୍ଦ ବିଶ୍ଵାଳ,ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସାମୁଏଲ୍ ବେହେରା,ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,ଗୋପିନାଥ ପଣ୍ଡା,କେ.ଟୁଙ୍ଗୁରୁ ପାତ୍ର,ପ୍ରଫୁଲ୍ଲ ପାଣିଗ୍ରାହୀ,ସରୋଜ ପାତ୍ର,କୃଷ୍ଣ ଚନ୍ଦ୍ର ଚୌଧୁରୀ,ଧର୍ମରାଜ ପାଣିଗ୍ରାହୀ,ଅଶୋକ ଶୁକ୍ଳା,ବଦ୍ରି ନାୟକ,ଏନ୍.ଧନଞ୍ଜୟ ରାଓ,ଅନିଲ ପତି,ଏଲ୍.ଗୋପି,ସଞ୍ଜୟ ଜେନା,ରାଜେନ୍ଦ୍ର ସେଠୀ,ପତିତପାବନ ଗନ୍ତାୟତ,ବର୍ଷା ବିଦ୍ୟୁସ୍ମିତା,ମୋନିତା ଦାସ,ପ୍ରେମଶିଳା ନନ୍ଦ,ସନ୍ତୋଷୀ ଦାସ,ପ୍ରବୀର ପାତ୍ର,ମନୋଜ ପାଢ଼ୀ,ପ୍ରଦୀପ ମିଶ୍ର,ସୈମେନ୍ଦ୍ର ଦାସ,ଏସ୍.ଶ୍ରୀନିବାସ,କେ.ରବି ରାଓ,କମଲ୍ ପାତ୍ର ପ୍ରମୁଖ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ଆଜି ବିଜୁ ଜନତା ଦଳ ଏବଂ କଂଗ୍ରେସର ଶତାଧିକ କାର୍ଯ୍ୟକର୍ତ୍ତା ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଏମାନଙ୍କୁ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ଆପଣଙ୍କ – ସୁନିଲ କୁମାର ସାହୁ, ବ୍ରହ୍ମପୁର ଜୋନ୍ ମିଡ଼ିଆ ସଂଯୋଜକ, ଭାରତୀୟ ଜନତା ପାର୍ଟି ।

Leave a Reply

Your email address will not be published. Required fields are marked *