ମୁଖ୍ୟ ଖବର

କଂଗ୍ରେସକୁ ୧୭୦୦କୋଟି ଟଙ୍କାର ରିକଭରି ନୋଟିସ ପଠାଇଲା ଆୟକର ବିଭାଗ

ନୂଆଦିଲ୍ଲୀ: କଂଗ୍ରେସକୁ ଲାଗୁଛି ଝଟକା ଉପରେ ଝଟକା । ଟିକସ ପୁନଃମୂଲ୍ୟାଙ୍କନ ପାଇଁ ଆୟକର ବିଭାଗ ପଠାଇଥିବା ନୋଟିସ ବିରୋଧରେ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲା ଦଳ। ହେଲେ ଆବେଦନକୁ ଖାରଜ କରିଥିଲେ ହାଇକୋର୍ଟ। ଏହାର କିଛି ଘଣ୍ଟା ପରେ ଆୟକର ବିଭାଗ ଦଳକୁ ୧୭୦୦କୋଟି ଟଙ୍କାର ନୋଟିସ ପ୍ରଦାନ କରିଛି। କଂଗ୍ରେସ ନେତା ବିବେକ ତନଖା ଏହି ସୂଚନା ଦେଇଛନ୍ତି। ସୂଚନାନୁସାରେ, ୨୦୧୭-୧୮ରୁ ୨୦୨୦-୨୧ ଆୟକର ମୂଲ୍ୟାଙ୍କନ ବର୍ଷ ପାଇଁ ଏହି ନୋଟିସ୍ କଂଗ୍ରେସକୁ ପଠାଯାଇଛି। ଏଥିରେ ଉଭୟ ଜରିମାନା ଏବଂ ସୁଧ ଅନ୍ତର୍ଭୁକ୍ତ।

ଏହା ପୂବର୍ରୁ ଆୟକର ବିଭାଗ ୨୦୦କୋଟି ଟଙ୍କା ଜୋରିମାନା ଲଗାଇବା ସହ ପାଣ୍ଠି ଫ୍ରିଜ୍ କରିଥିଲା। ଏହି କାରଣରୁ କଂଗ୍ରେସ ଅର୍ଥ ଅଭାବର ସମ୍ମୁଖୀନ ହୋଇଥିଲା। ଏହି ପ୍ରସଙ୍ଗରେ କଂଗ୍ରେସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବି କୌଣସି ସୁଫଳ ମିଳି ନଥିଲା। ୨୦୦କୋଟି ପରେ ଏବେ ଦଳକୁ ୧୭୦୦କୋଟିର ନୋଟିସ ପଠାଇଛି ଆୟକର ବିଭାଗ। ବର୍ତ୍ତମାନ ଦଳ ପାଖରେ ସୁପ୍ରିମକୋର୍ଟ ଯିବାର ବିକଳ୍ପ ରହିଛି।

ଆୟକର ବିଭାଗର ଏଭଳି କାର୍ଯ୍ୟାନୁଷ୍ଠାନ ପରେ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ। ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଦେବାଳିଆ କରିବା ପାଇଁ ବିଜେପି ଆୟକର ଅଧିକାରୀଙ୍କୁ ବ୍ୟବହାର କରୁଛି ବୋଲି କହିଛି କଂଗ୍ରେସ।

Leave a Reply

Your email address will not be published. Required fields are marked *