ରାଜ୍ୟ

ବି.ଜେ.ପି ପାର୍ଟି ରେ ଛତ୍ରପୁରସ୍ଥିତ ଭାରତୀୟ ବିରଳ ମୂର୍ତ୍ତିକାର ଅବସରପ୍ରାପ୍ତ ଉପ ପ୍ରବନ୍ଧକ (ପ୍ରଶାସନ) ଶ୍ରୀ ସୁରେଶ ଚନ୍ଦ୍ର ପାତ୍ରଙ୍କ ଯୋଗଦାନ ।

୨୮.୦୩.୨୦୨୪ ଗୁରୁବାର ଦିନ ବି.ଜେ.ପି ଗୋପାଳପୁର ନିର୍ବାଚନମଣ୍ଡଳୀ ତରଫରୁ ଦଳୀୟ କାର୍ଯ୍ୟାଳୟରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ବ୍ରହ୍ମପୁର ଲୋକସଭା ବିଜେପି ପ୍ରାର୍ଥୀ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ, ପୂର୍ବତନ ବିଜେପି ପାର୍ଟି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବିଭୁତି ଭୁଷଣ ଜେନା, ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଶ୍ରୀ ଶରତ ଭାଇ , ପୂର୍ବତନ ଛତ୍ରପୁର ବିଧାୟକ ପ୍ରାର୍ଥୀ ଶ୍ରୀ ବନମାଳୀ ସେଠୀ ଏବଂ ଜିଲ୍ଲାର ବହୁ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତରେ ଛତ୍ରପୁରସ୍ଥିତ ଭାରତୀୟ ବିରଳ ମୂର୍ତ୍ତିକାର ଅବସରପ୍ରାପ୍ତ ଉପ ପ୍ରବନ୍ଧକ ଶ୍ରୀ ସୁରେଶ ଚନ୍ଦ୍ର ପାତ୍ର ଆନୁଷ୍ଠାନିକ ଭାବେ ବିଜେପି ପାର୍ଟି ରେ ଯୋଗଦାନ କରିଥିଲେ।
ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଶରତ ଭାଇଙ୍କ ଦ୍ବାରା ବିଜେପି ପାର୍ଟି ତରଫରୁ ଶ୍ରୀ ସୁରେଶ ଚନ୍ଦ୍ର ପାତ୍ରଙ୍କୁ ପାର୍ଟି ତରଫରୁ ଉତ୍ତରା ପ୍ରଦାନ କରି ପାର୍ଟି ରେ ଗ୍ରହଣ କରାଯାଇ ଥିଲା। ଶ୍ରୀ ସୁରେଶ ଚନ୍ଦ୍ର ପାତ୍ର ଛାତ୍ର ଜୀବନରୁ ଖଲ୍ଲିକୋଟ କଲେଜ ଓ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ଛାତ୍ର ସଂଗଠନର ଛାତ୍ର ନେତା ଭାବେ ବହୁ ପଦବୀ ରେ ଥିଲେ ଓ ପରେ ଚାକିରୀ ସମୟରେ ଦୀର୍ଘ ବର୍ଷଧରି ଭାରତୀୟ ବିରଳ ମୂର୍ତ୍ତିକାର ଶ୍ରମିକ ସଂଗଠନ ଓ ଅଫିସର ଆସୋସିଏସନରେ ପଦ ପଦବୀ ରେ ଥିଲେ ଓ ନେତୃତ୍ବ ନେଇଥିଲେ।
ଉପ ପ୍ରବନ୍ଧକ (ପ୍ରଶାସନ) ଓ ଜନସମ୍ପର୍କ ବିଭାଗରେ କାର୍ଯ୍ୟରତ ସମୟରେ ଛତ୍ରପୁର ଅଞ୍ଚଳ ରେ ଜନସମ୍ପର୍କ ସ୍ଥାପିତ ଓ ସି.ଏସ.ଆର ମାଧ୍ୟମରେ ବହୁ ଜନହିତକର କାର୍ଯ୍ୟ କୁ ଆଗେଇ ନେଇଥିଲେ।
ଶ୍ରୀ ସୁରେଶ ଚନ୍ଦ୍ର ପାତ୍ର ତାଙ୍କର ଛାତ୍ର ସଂଗଠନ , ଶ୍ରମିକ ସଂଗଠନ ଓ ସାମାଜିକ ସଂଗଠନର ଦକ୍ଷତା ଏବଂ ଅଭିଜ୍ଞତା କୁ ବିଜେପି ପାର୍ଟି ସକାଶେ ସମର୍ପିତ କରିବା ସକାଶେ ପ୍ରତିଶ୍ରୁତି ବଦ୍ଧ ବୋଲି ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *