Uncategorized

ଦିଲ୍ଲୀରେ ନିର୍ମାଣାଧୀନ କୋଠା ଭୁଶୁଡ଼ି ‌୨ ମୃତ, ଜଣେ ଆହତ

ଗୁରୁବାର ଦିନ ସକାଳେ ଦିଲ୍ଲୀର କବୀର ନାଗରରେ ଦୁଇ ମହଲା କୋଠା ଭୁଶୁଡ଼ିବା ପରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଜଣେ ଆହତ ହୋଇଛନ୍ତି। ଏକ ପୁରୁଣା ନିର୍ମାଣାଧୀନ କୋଠା ଭୁଶୁଡ଼ିବା ନେଇ ଉଦ୍ଧାରକାରୀ ଦଳଙ୍କୁ ରାତି ପ୍ରାୟ ୨ଟା ପରେ ଏକ କଲ ମିଳିଥିଲା। ଉଦ୍ଧାରକାରୀ ଦଳ ଆସି ପହଞ୍ଚିବା ବେଳକୁ ତିନିଜଣ ଶ୍ରମିକ ସେଠ‌ାରେ ଫସି ରହିଥିଲେ, କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ହସ୍ପିଟାଲ୍‌ରେ ପହଞ୍ଚିବା ପରେ ଦୁଇଜଣଙ୍କର ମୃତ ଘୋଷଣା କରାଯାଇଛି। ତୃତୀୟ ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଏବଂ ଚିକିତ୍ସା ଚାଲିଛି। ମୃତକମାନେ ହେଉଛନ୍ତି ୩୦ ବର୍ଷ ବୟସ୍କ ଆର୍ଶାଦ ଏବଂ ୨୦ ବର୍ଷୀୟ ତାହିଦ୍। ଆହତ ବ୍ୟକ୍ତିଙ୍କ ନାମ ରେହାନ (୨୨) ବୋଲି ଜଣାପଡିଛି। ବିଲଡିଂର ମାଲିକ ସହିଦ ବୋଲି ଜଣାପଡିଛି ଏବଂ ତାଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ପୁଲିସ କହିଛି। ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍‌ ସୂଚନା ଦେଇଛି। ଘଟଣାର ଅଧିକ ତଦନ୍ତ ଚାଲିଛି|

Leave a Reply

Your email address will not be published. Required fields are marked *