Uncategorized

୨୦ ଲକ୍ଷ ଏନ୍‌ପିଏସ୍ ଟଙ୍କା ହଡ଼ପ କରି ଦାରିଙ୍ଗବାଡ଼ି ବିଇଓ ଗିରଫ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କୁ ନେସନାଲ୍ ପେନସନ ସ୍କିମ( ଏନ୍‌ପିଏସ୍) ର ୨୦ ଲକ୍ଷ ଟଙ୍କା ହଡ଼ପ କରିବା ଅଭିଯୋଗରେ ଭିଜିଲାନସ୍ ଗିରଫ କରିଛି। ଏନେଇ ଭିଜିଲାନ୍ସରେ ମାମଲା ନମ୍ବର ୬/୨୪ ରୁଜୁ କରାଯାଇଥିବା ସୂଚନା ମିଳିଛି, ଫୁଲବାଣୀ ଭିଜିଲାନସ୍ ଇନ୍ସପେକ୍ଟର କୁମୁଦିନୀ ସାହୁଙ୍କ ସୂଚନା ଅନୁଯାୟୀ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ଶିକ୍ଷକଙ୍କ ନ୍ୟାସନାଲ୍ ପେନ୍‌ସନ୍ ସ୍କିମରୁ ୨୦ ଲକ୍ଷ ଟଙ୍କା ନିଜ ଦରମା ଆକାଉଣ୍ଟକୁ ସ୍ଥାନାନ୍ତର କରି ଏକ ସେଆର୍ ମାର୍କେଟରେ ଟଙ୍କା ବ୍ୟୟ କରିଥିଲେ । ଏହା ଭିଜିଲାନ୍ସ ବିଭାଗ ଜାଣିପାରି ତଦନ୍ତ କରିବା ବେଳେ ଏହାର ସତ୍ୟାସତ୍ୟ ପାଇଥିଲା । ଗତକାଲି ସନ୍ଧ୍ୟାରେ ତାଙ୍କୁ ଗିରଫ କରାଯାଇଛି

Leave a Reply

Your email address will not be published. Required fields are marked *