ରାଜ୍ୟ

ଗୁରୁକୂଳ ପବ୍ଲିକ ସ୍କୁଲର ନାମ ଲେଖା ଫିସ୍ ବୃଦ୍ଧି ନେଇ ଅସନ୍ତୋଷ

ଧର୍ମଶାଳା,(ନି.ପ୍ର) ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ଠାରେ ଥିବା ଗୁରୁକୂଳ ପବ୍ଲିକ ସ୍କୁଲରେ ପୁନଃ ନାମଲେଖା ବର୍ଦ୍ଧିତ ଫିସକୁ ନେଇ ଛାତ୍ରଛାତ୍ରୀ ଅଭିଭାବକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ପାଠ୍ୟ ଖସଡ଼ା ଅନୁଯାୟୀ ୨୦୨୩-୨୪ ଶିକ୍ଷା ବର୍ଷ ସରି ଆସିଲାଣି।୨୦୨୪-୨୫ ବର୍ଷ ପାଇଁ ନାମଲେଖା ଆରମ୍ଭ ହୋଇଗଲାଣି। ପୁରୁଣା ପିଲାଙ୍କ ପୁନଃ ନାମଲେଖା ବି ଆରମ୍ଭ ହୋଇଯାଇଛି। ସୋମବାର ଚଳିତ ବର୍ଷ ନାମଲେଖା ଓ ପୁନଃ ନାମଲେଖା ଉପରେ ଗତବର୍ଷ ଠାରୁ ୪୦ ଶତକଡା ଅଧିକ ଅର୍ଥ ଦେବାକୁ ସ୍କୁଲ ତରଫରୁ ଆଦାୟ କରାଯାଉ ଥିବାରୁ ସମସ୍ତ ପିଲାଙ୍କ ଅଭିଭାବକ ମାନେ ସ୍କୁଲ ସମ୍ମୁଖରେ ପ୍ରତିବାଦ କରି ଧାରଣାରେ ବସିଥିଲେ। ପରେ ପ୍ରଧାନ ଶିକ୍ଷକ ଧାରଣା ସ୍ଥଳକୁ ଆସି ଫିସ୍ ଉପରେ ପୁନଃ ବିଚାର କରାଯିବାର ପ୍ରତିଶ୍ରୁତି ଦେବାପରେ ଅଭିଭାବକ ମାନେ ଧାରଣା ପ୍ରତ୍ୟାହାର କରିନେଇଥିଲେ । ଏହି ଧାରଣାରେ ଅଭିଭାବକ ସୁନୀଲ କୁମାର ରାଉତ ରାୟ୍,ସ୍ନେହାଶିଷ ଦାସ,ଦିଲୀପ ଜେନା,ମାନସ ରଞ୍ଜନ ଜେନା,ରୁପେଶ ଭଦ୍ର,ଦିବାକର ବେହେରା,ପ୍ରଶାନ୍ତ ରାଉତଙ୍କ ସମେତ ଶତାଧିକ ଅଭିଭାବକ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *