ଦେଶ- ବିଦେଶ

ଦୁଇ ଦିନ ମଧ୍ୟରେ ବଦଳିଗଲା ଆମେରିକାର ଟେକ୍ସାସ; ରାସ୍ତାଠୁ ଆକାଶ ଧୂଆଁମୟ

ୱାଶିଂଟନ: ଟେକ୍ସାସରେ ଲାଗିଥିବା ନିଆଁ ଅତ୍ୟନ୍ତ ଭୟଙ୍କର ରୂପ ଧାରଣ କରିଛି। ଏହାଫଳରେ ସେଠାରେ ଥିବା ଆମେରିକାର ପରମାଣୁ ଅସ୍ତ୍ରଗାର ଉପରକୁ ବିପଦ ମାଡ଼ିଆସୁଛି । ଜଙ୍ଗଲରେ ନିଆଁ ବ୍ୟାପିବା କାରଣରୁ ଟେକ୍ସାସ୍ ପରମାଣୁ ଅସ୍ତ୍ର ପରିଚାଳନା କେନ୍ଦ୍ରକୁ ସାମୟିକଭାବେ ବନ୍ଦ କରିଦିଆଯାଇଛି ।

ଦୁଇ ଦିନ ମଧ୍ୟରେ ବଦଳିଛି ଆମେରିକାର ଟେକ୍ସାସ । ଏଠାକାର ସବୁଠୁ ବଡ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିବା ପରେ ବର୍ତ୍ତମାନର ସ୍ଥିତି କିଛି ପୂରା ପରିବର୍ତ୍ତନ ହୋଇଯାଇଛି। ଭୀଷଣ ଅଗ୍ନିକାଣ୍ଡର ପ୍ରକୋପରୁ ବର୍ତ୍ତିପାରିନାହାଁନ୍ତି ମଣିଷ, ପଶୁପକ୍ଷୀ, ବନ୍ୟପ୍ରାଣୀ। ରାସ୍ତାଠୁ ଆକାଶ ଧୂଆଁମୟ ହୋଇପଡ଼ିଛି । ଭୟଙ୍କର ଅଗ୍ନିକାଣ୍ଡରେ ରାସ୍ତାଘାଟ ଦିଶୁନି । ୫ଲକ୍ଷ ଏକର ଜମି ପୋଡ଼ିପାଉଁଶ ହେବା ସହ ବିରାଟ କ୍ଷୟକ୍ଷତି ହୋଇଛି ।

ସେପଟେ ବିଚଳିତ କରିବା ଭଳି ଚିତ୍ର ସାମ୍ନାକୁ ଆସିଛି। ଯେଉଁଠି ପ୍ରାଣବିକଳରେ ଜୀବଜନ୍ତୁ ଦୌଡ଼ୁଥିବା ଦେଖିବାକୁ ମିଳିଛି । ଇଏ ହେଉଛି ଆକାଶମାର୍ଗରୁ ଅଗ୍ନିକାଣ୍ଡର ଦୃଶ୍ୟ । କିଛି ସ୍ଥାନରେ ନିଆଁଲିଭିବା ପରର ଇଏ ହେଉଛି ଦୃଶ୍ୟ । ଦୁଇଦିନର ଅଗ୍ନିକାଣ୍ଡରେ ଛାରଖାର ହୋଇଛି ବିଭିନ୍ନ ଅଂଚଳ । ଜଙ୍ଗଲ ଜଳିବା ଯୋଗୁଁ ଆଖପାଖ ଅଂଚଳ ବେଶ ପ୍ରଭାବିତ ହୋଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ହଜାର ସଂଖ୍ୟକ ଲୋକ ବାସହରା ହେବା ସହ ବେହିସାବ ଜୀବଜନ୍ତୁଙ୍କ ମୃତ୍ୟୁ ହୋଇଛି । । ୮.୫ଲକ୍ଷ ଏକର ଜମିରେ ଅଗ୍ନିକାଣ୍ଡ ଘଟିବା ପରେ ପ୍ରାୟ ୫ଲକ୍ଷ ଏକର ଜମି ଜଳିପୋଡି ପାଉଁଶ ହୋଇଛି ।

Leave a Reply

Your email address will not be published. Required fields are marked *