ରାଜ୍ୟ

ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ।

ବ୍ରାହ୍ମୁଣୀଗାଁ ୨୮/୨ କନ୍ଧମାଳ ଜିଲ୍ଲା ବ୍ରାହ୍ମୁଣୀଗାଁ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ନୂତନ ଭାର ପ୍ରାପ୍ତ ଥାନା ଅଧିକାରୀ ଚିରଞ୍ଜିବୀ ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଉକ୍ତ ବୈଠକ ରେ ଏହି ଅଞ୍ଚଳ ରେ ଆଇନ ଶୃଙ୍ଖଳା ରକ୍ଷା କରିବା ଦିଗରେ ପୋଲିସ ସମିତିର କାର୍ଯ୍ୟଧାରା, ସଚେତନତା କାର୍ଯ୍ୟର ଅଗ୍ରଗତି , ନାଇଟ ପେଟ୍ରୋଲିଂ, ଟ୍ରାଫିକ ସମସ୍ୟା, ସ୍କୁଲ ଓ କଲେଜ ଛାତ୍ର ମାନେ ଦୃତ ଗତିରେ ବାଇକ୍ ଚଳାଇବା , ହେଲମେଟ ଚେକିଙ୍ଗ ସହ ଫାଇନ ,ରାସ୍ତା କଡ଼ରେ ଦୀର୍ଘ ସମୟ ଧରି ଅଟୋ ନ ରଖିବା , ଅବାଧ ଦେଶୀ ମହୁଲି ମଦ ବିକ୍ରି ଉପରେ ରୋକ ଲଗାଇବା ଆଦି ବିଭିନ୍ନ ବିଷୟ ରେ ଆଲୋଚନା କରି ଉପସ୍ଥିତ ଜନପ୍ରତିନିଧି ଓ ବୁଦ୍ଧିଜୀବୀ ମାନେ ନିଜ ନିଜ ର ମତାମତ ପ୍ରଦାନ କରିଥିଲେ। ଏହି ସମସ୍ତ ଦିଗରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୂତନ ଥାନା ଅଧିକାରୀ ଶ୍ରୀ ବେହେରା କହିଛନ୍ତି। କନ୍ଧମାଳ ଜିଲ୍ଲାର ମାନବ ଅଧିକାର ସଙ୍ଗଠନ ର ଜିଲ୍ଲା ସଂଯୋଜକ ବିକ୍ରମ ବସ୍ତରାୟ , କୁମ୍ଭାରିଗାଁ ସମିତି ସଭ୍ୟା କଲ୍ୟାଣୀ ଦିଗାଲ , ଝିଞ୍ଜିରିଗୁଡ଼ା ସରପଞ୍ଚ ଚାନ୍ଦିନୀ ପ୍ରଧାନ, ହତୀମୁଣ୍ଡା ସରପଞ୍ଚ ନବନିତା କପାଟପାତ୍ର ଏବଂ ବ୍ରାହ୍ମଣୀଗାଁ ପଞ୍ଚାୟତ ଅଞ୍ଚଳ ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉକ୍ତ ବୈଠକରେ ଯୋଗ ଦେଇ ଥିବା ବେଳେ ଥାନା ଉପ ଆରକ୍ଷୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି, ଏ ଏସ ଆଇ ଶଙ୍କର ୱାର୍ଡକା, ରମାକାନ୍ତ ସେଠୀ, ଆଶୋକ କୁମାର ସାହୁ ସମେତ ଅନ୍ୟ କର୍ମଚାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *