ରାଜ୍ୟ

କଳାହାଣ୍ଡି ଜିଲ୍ଲା ଭାଜପାର ଉପ ସଭାପତି ପ୍ରଶାନ୍ତ କୁମାର ସାହୁ ଜନସଂପର୍କ ପଦଯାତ୍ରାର କେନ୍ଦ୍ର ସରକାରଙ୍କ ଯୋଜନାରେ ଲାଭାଂଶ ଥିବା ହିତାଧିକାରୀଙ୍କୁ ରିପୋର୍ଟ କାର୍ଡ ବାଣ୍ଟିଲେ

ଭବାନୀପାଟଣା (ନବୀନ କିଶୋର ସାହୁ) କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ କର୍ଲାମୁଣ୍ଡା ପଞ୍ଚାୟତ ବସ୍ତିକୁ ଯାଇ କେନ୍ଦ୍ର ସରକାରଙ୍କ ଯୋଜନାରେ ଲାଭାଂଶ ଥିବା ହିତାଧିକାରୀଙ୍କୁ ସିଧାସଳଖ କିଶାନ ସମୃଦ୍ଧି ଯୋଜନା, ପ୍ରଧାନ ମନ୍ତ୍ରୀ ଆବାସ , ଉଜ୍ଜ୍ୱଳା ଯୋଜନା ରେ ଗ୍ୟାସ,ଆହୁରି ପାଞ୍ଚ ବର୍ଷ ହିତାଧିକାରୀଙ୍କୁ ମାଗଣା ଚାଉଳ, ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ଭଳି ରିପୋର୍ଟ କାର୍ଡ ବାଣ୍ଟିବାକୁ କଳାହାଣ୍ଡି ଜିଲ୍ଲା ଭାଜପାର ଜିଲ୍ଲା ଉପ ସଭାପତି ପ୍ରଶାନ୍ତ କୁମାର ସାହୁ ଘର ଘର ବୁଲି ପ୍ରତ୍ୟେକ ପରିବାରକୁ ମୋଦି ସରକାରଙ୍କ ଯୋଜନା କାଡ ଦେଇ ଆଗାମୀ ନିର୍ବାଚନ ରେ ଡଵଳ ଇଞ୍ଜିନ ସରକାର କରିବା ପାଇଁ ଲୋକମାନଙ୍କୁ ଅନୁରୋଧ କରିଥିଲେ। ଆୟୋଜିତ ଜନସଂପର୍କ ପଦଯାତ୍ରାର ଓ କେନ୍ଦ୍ରସରକାରଙ୍କ ବିଭିନ୍ନ ଯୋଜନା ରେ ଲାଭାର୍ଥି ଯୋଗ ଦେଇଥିବା ଯୋରାଡଵରା ମଣ୍ଡଳ ସଭାପତି ଦଶରଥ ସାହୁ, କର୍ଲାମୁଣ୍ଡା ମଣ୍ଡଳ ସଭାପତି ସଂଜୟ ଜୈନ,ଓଵିସି ମୋର୍ଚ୍ଚା ସଭାପତି ଶିଶିର ସାହୁ, ସାଧାରଣ ସଂପାଦକ ଲିଙ୍ଗରାଜ ସାହୁ, ପୂର୍ବତନ ସଂପାଦକ ବିଘ୍ନରାଜ ସାହୁ,ଖିଲାଧର ସାହୁ, ଯୁବମୋର୍ଚ୍ଚା ସଭାପତି ନବୀନ ସାହୁ, ଧରଣୀ ସାହୁ, ମଣ୍ଟୁ ସାହୁ ପ୍ରମୁଖ ଯୋଗଦେଇ କର୍ଲାମୁଣ୍ଡା ବସ୍ତିକୁ କେନ୍ଦ୍ର ସରକାରଙ୍କ ଯୋଜନା କାର୍ଡ ବାଣ୍ଟିବାକୁ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *