ରାଜ୍ୟ

ସମାଜସେବାରେ ଏକ ଯୁବ ଚେହେରା ଅଶ୍ବିନୀ ଦାଶ

ବିଜେପୁର ( ନି ପ୍ର ) ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗାଁ। ଶିକ୍ଷା ଓ ସମୃଦ୍ଧି ପାଇଁ ଅନେକ ସମୟରୁ ଏହି ଗାଁ ଖ୍ୟାତି ସମ୍ପନ୍ନ। ଏଠିକାର ଜଣେ ଯୁବକ ହେଉଛନ୍ତି ଅଶ୍ବିନୀ ଦାଶ।ପେଶାରେ ଜଣେ ସାମ୍ବାଦିକ କିନ୍ତୁ ନିଶା ତାଙ୍କର ସମାଜସେବା। ସମାଜର ସାମ୍ପ୍ରତିକ ସମସ୍ୟା କଥା ହଉ କିମ୍ବା ଆକସ୍ମିକ ଦୁର୍ଘଟଣାରେ‌ ପ୍ରପୀଡ଼ିତ ବ୍ୟକ୍ତିଙ୍କ ଉଦ୍ଧାର, ସବୁ କାର୍ଯ୍ୟରେ ସବୁବେଳେ‌ ତତ୍ପର ଏବଂ ସିଦ୍ଧହସ୍ତ। ଏଥିପାଇଁ ଅନେକ ଅନୁଷ୍ଠାନ ତରଫରୁ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି।

ନିକଟରେ ବିଜେପୁର ବ୍ଲକ ବଲଣ୍ଡା ଗାଁ ନିକଟରେ ଜଣେ ବ୍ୟକ୍ତି ଦୁର୍ଘଟଣାର ଶିକାର ହୋଇଥିଲେ। ଉଦ୍ଧାର ପାଇଁ କେହି ସେଠାରେ ଉପସ୍ଥିତ ନ ଥିଲେ। ଅଶ୍ବିନୀ ଦାଶ କୁମାର ସେଇ ରାସ୍ତାଦେଇ ଗାଁକୁ ଫେରୁଥିବା ବେଳେ ଏହା ଦେଖି କାଳବିଳମ୍ବ ନ କରି ୧୦୮ ଯୋଗେ ତାଙ୍କୁ ନିଜେ ବିଜେପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇ ତାଙ୍କର ସେବା ଯତ୍ନ କଥା ଲଗାତାର‌ ପଚାରି ବୁଝୁଥିଲେ। ଅଶ୍ବିନୀ ଦାଶ ଏମିତି ଅନେକ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ଡାକ୍ତରଖାନାରେ ଚିକିତ୍ସିତ କରାଉଥିବାର୍ ନଜିର ରହିଛି।

ପ୍ରାୟତଃ ଦୁର୍ଘଟଣା ଗ୍ରସ୍ତଙ୍କୁ ଦେଖି ଲୋକେ ପୋଲିସ କେସ ଭୟରେ ପଳାଇଥାନ୍ତି, କିନ୍ତୁ ସେ‌ମାନଙ୍କ କଷ୍ଟ ମତେ ବ୍ୟଥିତ କରିଥାଏ ବୋଲି ଅଶ୍ବିନୀ କୁହନ୍ତି। ଆହୁରି ମଧ୍ୟ ଏଥି ନିମନ୍ତେ ସରକାରୀସ୍ତରରେ ଗୁଡସାମରିଟାନ ପୁରସ୍କାରର‌ ମଧ୍ୟ ବ୍ୟବସ୍ଥା ରହିଛି, ଯାହା କିଛି ଲୋକଙ୍କ ପାଖକୁ ପହଞ୍ଚୁ ନାହିଁ। ତେବେ ସରକାରୀସ୍ତରରେ ଆହୁରି ପ୍ରଚାର ପ୍ରସାର ତଥା ଜନସାଧାରଣ ଜାଗ୍ରତ ହେବା ନିତାନ୍ତ ଦରକାର, ନହେଲେ ଅନେକ ଜୀବନ ଅକାଳରେ ହାନି‌ ହୋଇଯିବ ବୋଲି ଯୁବ ସମାଜସେବୀ ଅଶ୍ବିନୀ କୁମାର ଦାଶ କୁହନ୍ତି।

Leave a Reply

Your email address will not be published. Required fields are marked *