ରାଜ୍ୟ

ଅଘଟଣ ମଧ୍ୟରେ ସରିଲା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ସ୍ଵର୍ଣ୍ଣକ୍ଷତ୍ର ଦିବସ।

ନିଶ୍ଚିନ୍ତକୋଇଲି-:୨୧/୦୨, ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଗତକାଲି ସ୍ଵର୍ଣ୍ଣକ୍ଷତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ଶ୍ରୀଶ୍ରୀ ଗୋପୀନାଥଜୀୟୁ ଓ ମହାପୁରୁଷ ଅଚ୍ୟୁତାନନ୍ଦ ଟ୍ରଷ୍ଟ ବୋର୍ଡ ଅନୁକୁଲ୍ୟରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ସ୍ଵର୍ଣ୍ଣକ୍ଷତ୍ର ଦିବସ ପଦ୍ମବନ ପିଠ ନେମାଳରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ଭକ୍ତ ତଥା ସଂକ୍ରୀତନ ମଣ୍ଡଳୀ ନେମାଳ ପୀଠକୁ ଆସିଥିଲେ। ସେଥି ନିମିତ୍ତ ବ୍ୟାପକ ଖାଦ୍ୟ ପ୍ୟୟର ବ୍ୟବସ୍ତା କରାଯାଇଥିଲା।
ତେବେ ପ୍ରଶାସନ ପକ୍ଷରୁ ବିଭିନ୍ନ ଆୟୋଜନ କରାଯାଇଥିବା ବେଳେ ଗରମ ଡାଲମାରେ ପଡି ଯୁବକ ଗୁରୁତର ହେବା ଭଳି ଅଘଟଣ ହୋଇଛି। ପ୍ରଶାସନର ଦାୟିତ୍ୱ ହୀନତା ତଥା କର୍ତ୍ତବ୍ୟରେ ଚରମ ଅବହେଳା କାରଣରୁ ରାତ୍ରୀରେ ନିଶ୍ଚିନ୍ତକୋଇଲି ବ୍ଲକ ପଦ୍ମବନ ପୀଠ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ଗରମ ଡାଲମା ଢାଳି ହୋଇ ପଡିବାରୁ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହାତ ହୋଇଛନ୍ତି।ତାଂକୁ ଚିକିତ୍ସା ନିମନ୍ତେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ପଦ୍ମବନ ପୀଠରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ସ୍ଵନକ୍ଷତ୍ର ଦିବସ ପ୍ରଶାସନ ତରଫରୁ ଆଡ଼ମ୍ବର ସହକାରେ ପାଳନ କରାଯାଇଥିବା ବେଳେ ଅନୁଷ୍ଠିତ ଅଷ୍ଟପ୍ରହର ବ୍ୟାପି ନାମଯାଜ୍ଞା ଅନୁଷ୍ଠିତ ହେଉଥିଲା। ଏହି ସମୟରେ ବନ୍ଧୁପୁର ଗାଁର କିଶୋର ଚନ୍ଦ୍ର ଓଝା(୫୩)ବୟସ ଏକ ଡିସ୍କ ସାହାଯ୍ୟରେ ଗରମ ଡାଲମା ନେଇ ଯାଉଥିବା ବେଳେ ଗରମ ଡାଲମା ଡିସ୍କରେ ପଡ଼ି ତାଙ୍କ ଶରୀର ପୋଡିଯାଇଥିଲା। ଏଥିରେସେ ଗୁରୁତର ଭାବେ ଆହତ ହୋଇଥିଲେ। ପ୍ରଶାସନ ତରଫରୁ ତାଂକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ନିଶ୍ଚିକୋଇଲି ଗୋଷ୍ଟୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ପ୍ରଶାସନ ପକ୍ଷରୁ ଅବହେଳା ପାଇଁ ଏଭଳି ଅଘଟଣ ଘଟିଥିବା ସାଧରଣରେ ଚର୍ଚ୍ଚା ହେଉଥିବା ବେଳେ ପ୍ରସାସନ କିଛି ସ୍ଥାନୀୟ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ହାତକରି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମକୁ ଜନାଦୂତ କରୁନାହାନ୍ତି।
ଏପରିକି ଠାକୁରଙ୍କ ଆୟ ବ୍ୟୟର ହିସାବ ସାର୍ଵଜନିନ ହେଉନାହିଁ।। କିଛି ସେବାୟତ ଲୋକ ପ୍ରତିନିଧି ଓ କୁଜିନେତା ପୀଠର ଆୟ ବ୍ୟୟ ହିସାବକୁ ନିଜ କରାୟତରେ ରଖୁଥିବା ପୂର୍ବରୁ ବହୁବାର ଅଭିଯୋଗ ହୋଇଆସୁଥିବା ସତ୍ୱେ ମନେଜିଂ ଟ୍ରଷ୍ଟି ତଥା କଟକ ଉପଜିଲ୍ଲାପାଳ ସତେଜେପରି ନିଦାବିଷ୍ଣୁ ସାଜିଥିବା ଦେଖିବା ପାଇଁ ମିଳୁଛି। ଯାହା ଫଳରେ ପୂର୍ବଭଳି ମହାପୁରୁଷ ଅଚ୍ୟୁତାନନ୍ଦ ପିଠରେ ଆଉ ଲୋକ ସମାଗମ ଦେଖିବା ପାଇଁ ମିଳୁନାହିଁ।

Leave a Reply

Your email address will not be published. Required fields are marked *