ରାଜ୍ୟ

ବାଘଲଟି ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା ଶିବିର

କୁକୁଡ଼ାଖଣ୍ଡି: କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବାଘଲଟି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବୁଧବାର ଦିନ ପଞ୍ଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ବାଘଲଟି ସରପଞ୍ଚ ମାମି ସାସମଲ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ବିପ୍ଳବ ପାତ୍ର, କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ । ସମ୍ମାନୀତ ଅତିଥି ଭାବେ ୯ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ମମତା ଦାସ ,ଜିପିଓ ସୁପ୍ରଭା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ପାତ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ, ବର୍ତ୍ତମାନ ପଞ୍ଚାୟତ ସ୍ତରରେ ଭିତିଭୂମିର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନାକୁ କିପରି ଗ୍ରାମାଞ୍ଚଳରେ ସଫଳ କରିବା ସେ ନେଇ ମିଳିମିଶି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହି ଶିବିରରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ,ଧାର୍ମିକ ସ୍ଥଳର ରୂପାନ୍ତରୀକରଣ,ମହିଳା ସଂଯୋଗୀକରଣ ଓ ଭିତିଭୂମି ର ବିକାଶ,ବ୍ୟାଙ୍କିଙ୍ଗ ଭିତିଭୂମିର ବିକାଶ,ପ୍ରାଥମିକ ବିଦ୍ୟାଳୟର ରୂପାନ୍ତରୀକରଣ,କ୍ରୀଡ଼ା ଭିତିଭୂମିର ବିକାଶ,ଐତିହ୍ୟ ଭିତିଭୂମିର ବିକାଶ, ପରିବହନ ବ୍ୟବସ୍ଥା,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା,ଆମ ହସ୍ପିଟାଲ,ମମତା ଯୋଜନା, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ରିଲିଫ ସହାୟତା,ମଧୁବାବୁ ପେନସନ ଯୋଜନା,ହରିଶ୍ଚନ୍ଦ୍ର ସହାୟତା ଯୋଜନା,ମୋ ଘର ଯୋଜନା, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହ ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଷୟରେ ସଚେତନତା କରାଯାଇଥିଲା ।ଏଥିରେ ଅନ୍ୟତମ ଅତିଥି ରୂପେ ବ୍ଲକ ଏଇ ଅନୁରାଗ ରଥ, ଡବ୍ଲ୍ୟୁଇଓ ଅମୃତା ପଣ୍ଡା, କନିଷ୍ଠ ଯନ୍ତ୍ରୀ ଇନ୍ଦିରା ପ୍ରିୟଦର୍ଶୀନୀ ମହାଙ୍କୁଡ,ସରପଞ୍ଚ ବଶିଷ୍ଠ କୁମାର ଜେନା, ରାଧାମୋହନ ସେଠି,କ୍ରାନ୍ତି କୁମାରୀ ଦେବୀ, ବନ୍ଦନା ସେଠି, ଝିଲ୍ଲୀ ସେଠି, ଚନ୍ଦ୍ରଶେଖର ନାୟକ,କାମିନୀ ନାୟକ, ଦେବାଶିଷ ସେଠି, ଲକ୍ଷ୍ମୀ ମହାଙ୍କୁଡ, ପୂର୍ଣ୍ଣବାସୀ ବିଶ୍ୱାଳ, ସମିତି ସଭ୍ୟ ଜଗନ୍ନାଥ ଭୂୟାଁ, ସରପଞ୍ଚ ପ୍ରତିନିଧି ସୁକାନ୍ତ ସାସମଲ,ଜିତେନ୍ଦ୍ର ସେଠି, ଶଙ୍କର ମହାଙ୍କୁଡ, ନାୟବ ସରପଞ୍ଚ ଏନ୍ ଯମୁନା, ଜିଆରଏସ୍ ସୁରେଶ ସାହୁ, ଯୋଗାଣ ସହାୟକ ଜୟନ୍ତ ଗୌଡ଼,ମନୋହରା ବିଦ୍ୟାଳୟର ଶିକ୍ଷୟିତ୍ରୀ ପୁଷ୍ପାରେଣୁ ଗୌଡ଼, ଝୁନୁ ନାୟକ, ପୂର୍ବତନ ପ୍ରଧାନ ଶିକ୍ଷକ ଅଜିତ ପାତ୍ରଙ୍କ ସମେତ ସ୍ୱାସ୍ଥ୍ୟ କର୍ମୀ ଏମବିକେ, ସିଆରପି, ଅଙ୍ଗନବାଡ଼ି ସୁପ୍ରଭାଇଜର, ଅଙ୍ଗନବାଡି କର୍ମୀ, ଆଶାକର୍ମୀଙ୍କ ସମେତ ପଞ୍ଚାୟତର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅତିଥିମାନଙ୍କ ଦ୍ବାରା ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ବାଘଲଟି ପଞ୍ଚାୟତର ବିକାଶ ମୂଳକ ପୁସ୍ତକର ଉନ୍ମୋଚନ ହୋଇଥିଲା ।ପରିଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *