ରାଜ୍ୟ

ଉଲିପଦର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଦ୍ୱିତୀୟ ବର୍ଷିକ ଉତ୍ସବ

ବ୍ରାହ୍ମଣୀଗାଁ ତା: ୩୧/୧ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦନ ମୋହନ ବେହେରା ଙ୍କ ସଭାପତିତ୍ବ ରେ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଦାରିଙ୍ଗବାଡ଼ି ତହସିଲଦାର ଶରତ ଶବର ଯୋଗ ଦେଇଥିବା ବେଳେ ମୂଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜୟ ରଣ ସିଂ, ସମ୍ମାନିତ ଅତିଥି ଭାବେ ମହର୍ଷି ଦୟାନନ୍ଦ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଞ୍ଜିତ ପାଟ ମାଝୀ, ସି ଆର ସି ସି ପ୍ରସନ୍ନ କୁମାର ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଯକ୍ଷ ବଡ଼ ମାଝୀ, ସାମ୍ବାଦିକ ଆଶୋକ ସିଂ ଓ ମନୋରଞ୍ଜନ ରଣା ପ୍ରମୁଖ ମଞ୍ଚାସୀନ କରିଥିଲେ ।
ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇ ଥିବା ବେଳେ ବିଦ୍ୟାଳୟ ର ଛାତ୍ରୀମାନେ ଅତିଥି ମାନଙ୍କୁ ଫୁଲ ଚନ୍ଦନ, ପୁଷ୍ପ ଗୁଚ୍ଛ , ଉପଢ଼ୌକନ ଦେଇ ସ୍ୱାଗତ ସଙ୍ଗୀତ ମଧ୍ୟମ ରେ ସମ୍ବର୍ଦ୍ଧନା କରିଥିଲେ , ବିଜ୍ଞାନ ଶିକ୍ଷକ ଅମିତ୍ କୁମାର ଦୀପ ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ କୁ ଆମନ୍ତ୍ରଣ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ବିଦ୍ୟାଳୟ ର ବିବରଣୀ ପଠନ କରିଥିଲେ। ମୁଖ୍ୟ ବକ୍ତା ଓ ଅତିଥି ମାନେ ନିଜ ଅଭିଭାଷଣ ରେ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ କି ସରଳ ଜୀବନ ଯାପନ କରିବ ଉଚ୍ଚ ଅଭିଳାଷ ରଖିବ , ଜୀବନ ରେ ଶୃଙ୍ଖଳିତ ହେବା ସହ ଉତ୍ସର୍ଗୀକୃତ ହୋଇ ନିଜ କର୍ତ୍ତବ୍ୟ ପଥରେ ଆଗେଇଯିବ ।, ପୁର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରିବା ସହ ମାନପତ୍ର ପ୍ରଦାନ କରାଯାଇ ଥିଲା। ବେଷ୍ଟ ଷ୍ଟୁଡେଣ୍ଟ୍ ଅଫ ଦି ୟର ଭାବେ ଚୁମୁକି ବଡ଼ ମାଝୀ, ପ୍ରକୃତି ବନ୍ଧୁ ଭାବେ ପ୍ରିୟଙ୍କା ମାଝୀ, ବିଦ୍ୟାଳୟ ଟପର ଭାନୁ ମୁଠା ମାଝୀ, ବେଷ୍ଟ ସ୍ଵେଚ୍ଛାସେବୀ ଭାବେ ରୋନିତା ମାଝୀ, ବେଷ୍ଟ କ୍ରିଡ଼ା ଛାତ୍ରୀ ଭାବେ ତାରା ବଡ଼ ମାଝୀ ଙ୍କୁ ସମ୍ମାନିତ କରିବା ସହ ପୁରସ୍କୃତ କରାଯାଇ ଥିଲା , ସାଂସ୍କୃତିକ କାର୍ଯ୍ୟକ୍ରମ ଜରୀଆରେ ଛାତ୍ରୀ ମାନେ ନିଜର ଲୁକ୍କାୟିତ ପ୍ରତିଭା କୁ ପ୍ରଦର୍ଶନ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନା ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିବା ବେଳେ ଅଭିଭାବକ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *