ରାଜ୍ୟ

ଆଫଗାନିସ୍ତାନ ବଦସ୍ଖାନ୍‌ ପ୍ରଦେଶର ତୋପଖାନା ପର୍ବତମାଳାରେ ମୋରକୋ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ: ରିପୋର୍ଟ

ନୂଆଦିଲ୍ଲୀ: ଆଫଗାନିସ୍ତାନର ବଦସ୍ଖାନ୍‌ ପ୍ରଦେଶ ଅନ୍ତର୍ଗତ କୁରାନ୍‌-ମୁଞ୍ଜାନ୍‌ ଓ ଜିବକ୍‌ ଜିଲ୍ଲା ନିକଟରେ ଥିବା ତୋପଖାନା ପର୍ବତମାଳାରେ ମୋରକୋର ଗୋଟାଏ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ନିଉଜ୍‌ ପୋର୍ଟାଲ୍‌ ‘ମିଣ୍ଟ୍‌’ ରିପୋର୍ଟ କରିଛି।ଦୁର୍ଘଟଣାଗ୍ରସ୍ତ ବିମାନଟି ଭାରତୀୟ ଯାତ୍ରୀବାହୀ ବିମାନ ବୋଲି ପୂର୍ବରୁ ଆଫଗାନିସ୍ତାନ ରିପୋର୍ଟ କରିଥିଲା। କିନ୍ତୁ, ପରେ ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସୂଚନା ଦେଇଛି ଯେ, ଏଇମାତ୍ର ଆଫଗାନିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ‘ଇଣ୍ଡିଆନ୍‌ ସ୍କିଡ୍ୟୁଲ୍‌ଡ୍‌ ଏୟାର୍‌କ୍ରାଫ୍ଟ’ ନୁହେଁ କି, ‘ନନ୍‌ ସ୍କିଡ୍ୟୁଲ୍‌ଡ୍‌/ଚାର୍ଟର୍‌ ଏୟାର୍‌କ୍ରାଫ୍ଟ’ ନୁହେଁ। ଏହା ହେଉଛି ମୋରକୋରେ ପଞ୍ଜୀକୃତ ହୋଇଥିବା କ୍ଷୁଦ୍ର ବିମାନ ‘ଡିଏଫ୍‌ ୧୦’।

କିନ୍ତୁ, ଏ ସଂକ୍ରାନ୍ତରେ ବିଭିନ୍ନ ଦେଶର ଗଣମାଧ୍ୟମ ଭିନ୍ନ ଭିନ୍ନ ରିପୋର୍ଟ ଦେଉଥିବାରୁ ପ୍ରକୃତ କଥା ଜଣାପଡ଼ିନାହିଁ।

ରୁଷୀୟ ବିମାନ ଉଡ଼ାଣ ଉପରେ ଦୃଷ୍ଟି ରଖିଥିବା ରସାଭିଆସ୍ତ୍‌ସିଆ ଆଜି କହିଛି, ଉଜ୍‌ବେକିସ୍ତାନ ବାଟ ଦେଇ ମସ୍କୋ ଆସୁଥିବା ଗୋଟାଏ କ୍ଷୁଦ୍ର ଚାର୍ଟର୍‌ ଜେଟ୍‌ ଶନିବାର ସନ୍ଧ୍ୟା ବେଳେ ଆଫଗାନିସ୍ତାନରେ ରାଡାର୍‌ ସ୍କ୍ରିନ୍‌ ଉପରୁ ଅଦୃଶ୍ୟ ହୋଇଯାଇଛି। ସେ ବିମାନର ସନ୍ଧାନ ନେବାକୁ ଉଦ୍ୟମ ଚାଲିଛି।

ଫ୍ରାନ୍‌ସ୍‌ରେ ନିର୍ମିତ ‘ଡାସୋ ଫାଲ୍‌କନ୍‌ ୧୦ ଜେଟ୍‌’ ବିମାନଟି ରୁଷ୍‌ରେ ପଞ୍ଜିକୃତ ହୋଇଥିଲା ଏବଂ ସେଥିରେ ୪ଜଣ କ୍ରୁ’ ଓ ୨ ଜଣ ଯାତ୍ରୀ ଥିଲେ ବୋଲି ପ୍ରାଥମିକ ଅନୁସନ୍ଧାରୁ ଜଣାପଡ଼ିଥିବା କଥା ଉକ୍ତ ରିପୋର୍ଟରେ ଉ‌େଲ୍ଲେଖ ଅଛି।

Leave a Reply

Your email address will not be published. Required fields are marked *