ରାଜ୍ୟ

ଫୋନ୍‌ରେ କଥା ହେଲା ବେଳେ କାନ୍ଦିବାରୁ ୨ ବର୍ଷିୟ ପୁଅର ତଣ୍ଟିଚିପି ମାରିଦେଲା ମାଆ

ଗିରିଡ଼ିହ: ଫୋନ୍‌ରେ କଥାବାର୍ତ୍ତା କରୁଥିବା ବ‌େଳେ କାନ୍ଦିବାରୁ ଝାଡ଼ଖଣ୍ଡର ଗିରିଡ଼ିହ ଜିଲ୍ଲାରେ ଜଣେ ମହିଳା ତାଙ୍କ ୨ ବର୍ଷିୟ ପୁଅର ତଣ୍ଟିଚିପି ମାରି ପକାଇଥିବା ଅଭିଯୋଗ ହୋଇଛି।

ଫୋନ୍‌ରେ କାହା ସହିତ କଥାବର୍ତ୍ତା କରୁଥିବା ବେଳେ ପୁଅ କାନ୍ଦଣାରେ ମହିଳାଜଣକ ବିରକ୍ତ ହୋଇଯାଇଥିଲେ। ଅଭିଯୁକ୍ତ ମହିଳା ହେଉଛନ୍ତି ଅଫ୍‌ସାନା ଖାତୁନ୍। ୬ ବର୍ଷ ପୂର୍ବେ ସେ ନିଜାମୁଦ୍ଦିନ୍‌ଙ୍କୁ ବାହା ହୋଇଥିଲେ। ସେମାନଙ୍କର ଥି‌ଲା ୪ବର୍ଷ ଓ ୨ ବର୍ଷର ୨ଟି ପୁଅ।

ଅଭିଯୋଗକାରୀ ଅଫ୍‌ସାନାଙ୍କ ଶଶୁର ରୋଜାନ୍‌ ଅନ୍‌ସାରି କହିଛନ୍ତି ଯେ, ଗୁରୁବାର ଦିନ ଅଫ୍‌ସାନା ସ୍ବାମୀଙ୍କ ସହିତ ଝଗଡ଼ା କରି ସାନପୁଅକୁ ସାଥିରେ ନେଇ ଭିତରୁ କବାଟ କୀଳି ଗୋଟାଏ ଘରେ ପଶିଥିଲେ। ଘର ଭିତରେ ଥାଇ କାହା ସହିତ ଫୋନ୍‌ରେ କଥାବର୍ତ୍ତା କରୁଥିବା ବେଳେ ପୁଅ କାନ୍ଦିଲା। ତାକୁ ତୁନି ନ କରି ସେ ତା’ର ତଣ୍ଟି ଚିପି ମାରିପକାଇଛନ୍ତି।

ଦୀର୍ଘ ସମୟ ଧରି ଅଫ୍‌ସାନା କବାଟ‌ ଖୋଲିଲେ ନାହିଁ। ଶୋଇବା ପାଇଁ ସ୍ବାମୀଙ୍କୁ ଘରକୁ ଡାକିବା ପରେ ପ୍ରକୃତ କଥା ଜଣାପଡ଼ିଲା। ସ୍ବାମୀ ଘରେ ପଶି ଦେଖିଲେ, ପୁଅ ଅଚେତ ହୋଇ ପଡ଼ିଛି। ତୁରନ୍ତ ତାକୁ ଡାକ୍ତରଖାନା ନିଆ ଗଲା। କିନ୍ତୁ, ସେ ମୃତ ବୋଲି ଡାକ୍ତରମାନେ କହିଲେ।

ସମ୍ପ୍ରତି ଗିରଫ ହୋଇ ଜେଲ୍‌ରେ ଥିବା ଅଫ୍‌ସାନା କହୁଛନ୍ତି ଯେ, ପୁଅକୁ ମାରିବା ତାଙ୍କର ଉଦ୍ଦେଶ୍ୟ ନ ଥିଲା। ବିରକ୍ତ କରିବାରୁ ସେ ପୁଅକୁ ଧକ୍କାଏ ପକାଇଲେ ଏବଂ ସେ ଖଟରୁ ତଳକୁ ଖସି ପଡ଼ିଲା।

ବ୍ୟବଚ୍ଛେଦ ନିମନ୍ତେ ପୁଅର ଶବକୁ ପଠାଇ ପୁଲିସ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *