ରାଜ୍ୟ

ବିଜେଡିର ୨୭ତମ ପ୍ରତିଷ୍ଠା ଦିବସରେ ୮୫ ୟୁନିଟ୍ ରକ୍ତ ସଂଗ୍ରହ ।

କୁକୁଡାଖଣ୍ଡି,୨୬/୧୨/୨୩(ମନୋଜ କୁମାର ପାତ୍ର): ବିଜେଡିର ୨୭ତମ ପ୍ରତିଷ୍ଟା ଦିବସ ଅବସରରେ କୁକୁଡାଖଣ୍ଡି ବ୍ଲକ ବିଜେଡି ତରଫରୁ କୁକୁଡାଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡିଶା ମୋ-ପରିବାର,ଜୀବନବିନ୍ଦୁ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିପ୍ଳବ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ରିବନ କାଟି ଶିବିର କୁ ଉଦଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ଜୀବନବିନ୍ଦୁ ସଂଯୋଯୋଗ ତଥା କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରାଣା,ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର,ବିସିସି ବ୍ୟାଙ୍କ ସଭାପତି ଶିବରାମ ପାତ୍ର,ବ୍ଲକ ବିଜେଡି ସଭାପତି ସୀତାରାମ ସାହୁ,ଜିଲ୍ଲା ପରିଷଦ ସଭ୍ୟା ଶିବାନୀ ସେଠି,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ ପାତ୍ର,ବ୍ଲକ ବିଜେଡି ଉପସଭାପତି କୈଳାଶ ବିଷୋୟୀ,ସାଂସଦ ପ୍ରତିନିଧି ନିରଞ୍ଜନ ମହାନ୍ତି,କୁକୁଡ଼ାଖଣ୍ଡି ସରପଞ୍ଚ ବନ୍ଦନା ସେଠି,ଜଗଦଳପୁର ସରପଞ୍ଚ କ୍ରାନ୍ତି କୁମାରୀ ଦେବୀ,ବ୍ଲକ ଛାତ୍ରସଂଘ ସଭାପତି ତଥା ଲାଠି ସରପଞ୍ଚ ରାଧା ମୋହନ ସେଠି,ରୋହିଗାଁ ସରପଞ୍ଚ ବଶିଷ୍ଟ ଜେନା,ଡେଙ୍ଗାପଦର ସରପଞ୍ଚ,ଯୁବ ନେତା ଭବାନୀ ଶଙ୍କର ବିଶ୍ୱାଳ,ବ୍ଲକ ଯୁବକସଂଘ ସଭାପତି ସଞ୍ଜୟ କୁମାର ସାହୁ,ଭିନ୍ନକ୍ଷମ ନେତା କେ ମଣିବାବୁ,ଅନନ୍ତେଇ ସମିତି ସଭ୍ୟ ନିରୂପମା ପାତ୍ର ପ୍ରମୁଖ ଅତିଥି ରୂପେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ଚାହିତ କରିଥିଲେ। ଆଜିର ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ସ୍ବେଚ୍ଛାକୃତ ଭାବେ କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ଓ ତାଙ୍କ ଧର୍ମପତ୍ନୀ ଉଭୟେ ସ୍ୱାମୀ ସ୍ତ୍ରୀ ରକ୍ତଦାନ କରି ଅଞ୍ଚଳବାସୀଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି। ସେହିଭଳି ଜଗଦଳପୁର ସରପଞ୍ଚ କ୍ରାନ୍ତି କୁମାରୀ ଦେବୀ ଏବଂ ତାଙ୍କ ଭାଇ ଏଲ ବିପ୍ଳବ ପାତ୍ର ଉଭୟେ ଭାଇ ଭଉଣୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ରକ୍ତଦାନ କରିଥିଲେ। ସେହିଭଳି ଜଣେ ଭିନ୍ନକ୍ଷମ ବ୍ୟକ୍ତି ଏବଂ ଜଣେ ଯୁବ ସାମ୍ବାଦିକ ଇପିଲି ପୂର୍ଣ୍ଣଚନ୍ଦ୍ର ଏହି ରକ୍ତଦାନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବା ସହ ସମାଜର ମଙ୍ଗଳ ନିମନ୍ତେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ରେ କୁକୁଡ଼ାଖଣ୍ଡି ନାୟବ ସରପଞ୍ଚ ବାପି ଦଳେଇ,ସମାଜସେବୀ ଟୁକୁନା ସେଠି,ଚିଣ୍ଟୁ ପଟ୍ଟନାୟକ,କେ ଅଭିନାଶ,ଗଙ୍ଗାଧର ମହାନ୍ତି,ଜିତେନ୍ଦ୍ର ମହାରଣା,ସୁଶାନ୍ତ ପାତ୍ର,ହଟିଆ ପଟ୍ଟନାୟକ,ସାଗର ମହାନ୍ତି,ଶୁଭମ୍ ସାହୁ,ବିକାଶ ପାତ୍ର,ସଦାନନ୍ଦ ସାହୁଙ୍କ ସମେତ ୯ନଂ ଜୋନର ୭ଟି ପଞ୍ଚାୟତର ଯୁବକ ଓ ଛାତ୍ରମାନେ ଯୋଗଦେଇ ରକ୍ତ ଦାନ କରିଥିଲେ। ବ୍ରହ୍ମପୁର ରକ୍ତ ଭଣ୍ଡାର ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ୮୫ ୟୁନିଟ୍ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *