ରାଜ୍ୟ

କଣିହାଁ ବ୍ଲକରେ ୨୧୨ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

କଣିହାଁ,୩୦/୯: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ୮ନଂ ଜୋନ ଓ ୧୦ନଂ ଜୋନର ଅଧିନରେ ଥିବା ୧୯ ପଞ୍ଚାୟତର ୨୧୨ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭକ୍ତ ବିଭିନ୍ନ ଭତ୍ତା ବଣ୍ଟନ କରାଯାଇଛି l ଏହି ପରିପ୍ରେକ୍ଷୀରେ ଶୁକ୍ରବାର କଣିହାଁ ବ୍ଳକ୍ କାର୍ଯ୍ୟାଳୟ ପବିତ୍ରମୋହନ ସଭାଗୃହ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପାଳଲହଡ଼ା ବିଧାୟକ ମୁକେଶ କୁମାର ପାଳ, ସାଂସଦଙ୍କ ପ୍ରତିନିଧି ନିର୍ମଳ ସାହୁ, କଣିହାଁ ପଂଚାୟତ ସମିତି ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଉପାଧ୍ୟକ୍ଷା ଜୟନ୍ତୀ ପ୍ରଧାନ ପ୍ରମୁଖ ଯୋଗଦେଇ ବିଧବା, ବାର୍ଦ୍ଧକ୍ୟ, ବିକଳାଙ୍ଗ , ଅବିବାହିତ ଇତ୍ୟାଦି ୨୧୨ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ lକାର୍ଯ୍ୟକ୍ରମରେ ବିଧାୟକ ଓ ସାଂସଦଙ୍କ ପ୍ରତିନିଧି ରାଜ୍ୟ ସରକାରଙ୍କ ବିଭିନ୍ନ ଜନମଙ୍ଗଳ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ଉକ୍ତ ଭତ୍ତା ତାଙ୍କର ଦୈନନ୍ଦିନ ଜୀବନରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥଲେ l ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର କନିଷ୍ଠ ସହାୟିକା ସୁହାସିନି ପ୍ରଧାନ, କାର୍ଯ୍ୟକ୍ରମ ସହାୟକ ବୁଲୁ ବିଶ୍ବାଳ , ୧୯ପଞ୍ଚାୟତର ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *