ରାଜ୍ୟ

ସୁବଳୟା କଲେଜରେ ଖାଉଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଉଲୁଣ୍ଡା ୧୧/୧୨ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ରେଆର ସୋନପୁର ତରଫରୁ ଯୁବା ଓଡିଶା ନବୀନ ଓଡିଶା ଅନ୍ତର୍ଗତ ଯୁବ ବିକାଶ କାର୍ଯ୍ୟକ୍ରମ ରେ ଏକ ଖାଉଟି ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l କଲେଜ ଅଧ୍ୟକ୍ଷ ଭୋଳାନାଥ କର୍ମୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭା ରେ ଅଧ୍ୟାପକ ଦେବାଶିଷ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ଏଥିରେ ମୁଖ୍ୟ ଅତିଥି ଭାବରେ ରେଆର ର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା ଯୋଗଦେଇ ଖାଉଟି ସୁରକ୍ଷା ଆଇନ 2019 ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ l ଖାଉଟି ଠକେଇ ର ଶିକାର ହେଲେ ଖାଉଟି ଅଦାଲତ ର ଆଶ୍ରୟ ନେଇ ପାରିବେ ବୋଲି କହିବା ସହ ଜିନିଷ କିଣିଲା ସମୟରେ ବିଲ ମାଗିବାକୁ ପରାମର୍ଶ ଦେଇଥିଲେ l ଶେଷରେ ଖାଉଟି ପରାମର୍ଶ କେନ୍ଦ୍ର ପରାମର୍ଶଦାତା ସୁଦାମ ଗାଇଗରିଆ ଧନ୍ୟବାଦ ଅର୍ପଣ କରିଥିଲେ lଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *