ବିଶେଷ

ଶୀତରେ କେଶର ଯତ୍ନ : ତ୍ୱଚା ପରି କେଶକୁ ମଧ୍ୟ ରହିଛି ପୋଷଣର ଆବଶ୍ୟକତା

ଶୀତଦିନରେ ଶରୀର ସହିତ ନିଜ କେଶର ଯତ୍ନ ନେବା ମଧ୍ୟ ଜରୁରୀ। ସାଧାରଣତଃ ଶୀତଦିନେ କେଶରେ ଅଧିକ ରୁକ୍ଷତା ଦେଖିବାକୁ ମିଳେ। ତେବେ ଏହି ସମୟରେ କେଶର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ। ତ୍ୱଚା ପରି କେଶକୁ ମଧ୍ୟ ପୋଷଣର ଆବଶ୍ୟକତା ରହିଛି। ଏକ ଭଲ ସ୍କାଲ୍‌ପ ରହିବା ଦ୍ୱାରା କେଶ ଭଲଭାବେ ବଢ଼ିଥାଏ। ଶୀତଦିନରେ ହେଉଥିବା ପବନ କେଶକୁ ଶୁଖିଲା କରିଥାଏ। ଚୁଟି ଝଡ଼ିବାଠାରୁ ଆରମ୍ଭ କରି ରୁପି ସମସ୍ୟା ଦେଖାଯାଇଥାଏ। ସେଥିପାଇଁ କିଛି ଟିପ୍ସ୍:
 ସବୁବେଳେ କେଶ ଧୋଇବା ସମୟରେ ନଖଉଷୁମ ପାଣି ବ୍ୟବହାର କରନ୍ତୁ।
 ଶୀତଦିନରେ ଥଣ୍ଡା ପବନ କାରଣରୁ କେଶମୂଳ କୁଣ୍ଡାଇ ହୁଏ। ବାୟୁମଣ୍ଡଳରେ ଆର୍ଦ୍ରତା ଯୋଗୁ ଆପଣଙ୍କ ସ୍କାଲ୍‌ପ ଶୁଖିଯାଏ। କେଶରେ ଯେଉଁ ତେଲ ଲଗାଉଛନ୍ତି ସେଥିରେ ଲେମ୍ବୁ ରସ ମିଶାଇ ତାକୁ ମୁଣ୍ଡର ପ୍ରତିଟି ଶିରାରେ ମାଲିସ୍‌ କରନ୍ତୁ।
 ଏହି ଦିନରେ କେଶ ନିଜର ଚମକ ହରାଇଥାଏ। ଘିକୁଆଁରୀ/ଆ‌ଲୋବେରା ରସରେ ମହୁ ଓ ଦହି ମିଶାଇ କେଶମୂଳରେ ଲଗାନ୍ତୁ। ତା’ପରେ ମୁଣ୍ଡକୁ ଏକ ତଉଲିଆରେ ବାନ୍ଧି ଅଧଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ ନଖଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା କେଶରେ ଚମକ ଆସିବ।
 ରୁପି ହେଉଥିଲେ ନଖଉଷୁମ ନଡ଼ିଆ ତେଲରେ ଫାଳେ ଲେମ୍ବୁ ଚିପୁଡ଼ି କେଶମୂଳରେ ମାଲିସ୍ କରନ୍ତୁ। ସପ୍ତାହକୁ ୨ରୁ ୩ ଥର ଏପରି କଲେ ରୁପି ସମସ୍ୟା ଦୁର ହେବ।
 ମେଥିଦାନାରେ ନିକୋଟିନିକ୍ ଏସିଡ୍ ଓ ପ୍ରୋଟିନ୍ ପ୍ରଚୁର ପରିମାଣରେ ଥାଏ। ମେଥି ଦାନା ୨ଚାମଚକୁ ରାତିରୁ ଭିଜାଇ ରଖନ୍ତୁ। ସକାଳୁ ଏହାକୁ ବାଟି କେଶମୂଳରେ ଲଗାଇ ୩୦ ମିନିଟ୍ ପରେ ଶାମ୍ପୁ କରିନେବେ। ଏହା କେଶ ମଜବୁତ୍ କରିବାରେ ସହାୟକ ହୁଏ।
 ଅଁଳା ଓ ତୁଳସୀର ଲେପ ସପ୍ତାହକୁ ଥରୁଟିଏ ଲଗାଇଲେ ମଧ୍ୟ ରୁପିରୁ ରକ୍ଷା ମିଳେ।

Leave a Reply

Your email address will not be published. Required fields are marked *