ମୁଖ୍ୟ ଖବର

ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ‘ଏନ୍‌ଆଇଏ’ର ବ୍ୟାପକ ଚଢ଼ଉ; ‘ଆଇଏସ୍‌ଆଇଏସ୍‌’ ମାମଲାରେ ୧୩ଜଣ ଗିରଫ

ନୂଆଦିଲ୍ଲୀ: ଆଜି ସକାଳେ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ (ଏନ୍‌ଆଇଏ) ମହାରାଷ୍ଟ୍ରର ୪୦ଟି ଜାଗାରେ ଚଢ଼ଉ କରି ‘ଆଇଏସ୍‌ଆଇଏସ୍‌’ ଆତଙ୍କବାଦୀ ‘ମଡ୍ୟୁଲ୍‌’ ବା ବୋମା ନିର୍ମାଣକାରୀ ସଙ୍ଗଠନ ମାମଲାରେ ସମ୍ପୃକ୍ତ ଥିବା ୧୩ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି।ସେହିପରି, ଆଜି ସକାଳୁ କର୍ଣ୍ଣାଟକରେ ମଧ୍ୟ ‘ଏନ୍‌ଆଇଏ’ ଚଢ଼ଉ ଚାଲିଛି।ସଂଗୃହୀତ ସୂଚନା ଅନୁସାରେ, ଥାନ‌େ, ପୁଣେ ଓ ମୀରା ଭାୟନ୍ଦର୍‌ ସମେତ ମହାରାଷ୍ଟ୍ରର ଭିନ୍ନ ଭିନ୍ନ ୪୦ଟି ସ୍ଥାନରେ ଚଢ଼ଉ ଜାରି ରହିଛି। ଏହି ସ୍ଥାନଗୁଡ଼ିକ ମଧ୍ୟରୁ ଅଧିକାଂଶ ହେଉଛି ମୁମ୍ବାଇ ନିକଟବର୍ତ୍ତୀ ଥାନେର ଗ୍ରାମୀଣ ଓ ନଗରାଞ୍ଚଳ। ଥାନେର ଗ୍ରାମୀଣ ଅଞ୍ଚଳରେ ୩୧ଟି ଓ ନଗରାଞ୍ଚଳରେ ୯ଟି ସ୍ଥାନରେ ‘ଏନ୍‌ଆଇଏ’ ଚଢ଼ଉ କରିଥିବା ବ‌େଳେ ପୁଣେର ୨ଟି ଓ ମୀରା ଭାୟନ୍ଦର୍‌ର ୧ଟି ସ୍ଥାନରେ ଚଢ଼ଉ ଜାରି ରଖିଛି।

ବିସ୍ଫୋରକ ପ୍ରସ୍ତୁତି କରିବାରେ ଜଡ଼ିତ ଥିବା ଆକିଫ୍‌ ଆତିକ୍ବି ନଚାନ୍‌ ନାମରେ ଜଣେ ସନ୍ଦିଗ୍ଧଙ୍କୁ ଗତ ଅଗଷ୍ଟ ମାସରେ ଗିରଫ କରାଯାଇଥିଲା। ସେ ହେଉଛନ୍ତି ‘ଆଇଏସ୍‌ଆଇଏସ୍‌’ ଆତଙ୍କ ‘ମଡ୍ୟୁଲ୍‌’ ମାମଲାରେ ଗିରଫ ହୋଇଥିବା ୬ଷ୍ଠ ଅଭିଯୁକ୍ତ।

ଗତ ମାସରେ ‘ଏନ୍‌ଆଇଏ’ଦ୍ବାରା ଗିରଫ ହୋଇଥିବା ଅନ୍ୟ ୫ଜଣ ହେଉଛନ୍ତି, ମୁମ୍ବାଇର ତାବିସ୍‌ ନାସେର୍‌ ସିଦ୍ଦିକ୍ବି, ଜୁବୈର୍‌ ନୂର୍‌ ମହମ୍ମଦ୍‌ ଶେଖ୍‌ ଓରବ ଆବୁ ନୁସୈବା, ପୁଣେର ଆଦନାନ ସର୍କାର୍‌, ଥାନେର ଶର୍ଜୀଲ୍‌ ଶେଖ୍‌ ଓ ଜୁଲ୍‌ଫିକର୍‌ ବାରୋଦୱାଲା।

Leave a Reply

Your email address will not be published. Required fields are marked *