ରାଜ୍ୟ

ନିଖୋଜ ନାବାଳକ ଉଦ୍ଧାର ।

କଣିହାଁ(ନିପ୍ର)କଣିହାଁ ବ୍ଲକ ରେଙ୍ଗାଳି ପୋଲିସ ଆଜି ଜଣେ ନିଖୋଜ ନାବାଳକ କୁ ଉଦ୍ଧାର କରିଥିବା ବେଳେ ନିଜ ବାପା ମା ଙ୍କ ପାଖକୁ ଯିବାକୁ ଅମଙ୍ଗ ହେବାର ଆଦୃତ ଗୃହକୁ ପୋଲିସ ପଠାଇଦେଇଛି । ପୋଲିସ ସୂତ୍ରରୁ ପ୍ରକାଶ ରେଙ୍ଗାଳି ଥାନା ବଜ୍ରକୋଟ ଗ୍ରାମର ନରୋତ୍ତମ ବେହେରାଙ୍କ ୧୭ବର୍ଷୀୟ ନାବାଳକ ପୁଅ ଟୁକୁନା ବେହେରା ମେ ମାସ ୧୬ ତାରିଖରେ ଘରୁ କେଉଁ ଆଡେ ଚାଲିଯାଇଥିଲେ। ନରୋତ୍ତମଙ୍କ ଅଭିଯୋଗ କ୍ରମେ ପୋଲିସ ୫୫/୨୩ରେ ରେଙ୍ଗାଳି ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ରେଙ୍ଗାଳି ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଭୁବନଶ୍ବରରେ ଗୁରୁବାର ଏକ ମଲ ରେ ବୁଲୁ ଥିବାବେଳେ ଟୁକୁନାକୁ ଧରାଯାଇଥିଲା । ଆଜି ଟୁକୁନାର ବାପାଙ୍କୁ ଡକାଇ ପୋଲିସ ଟୁକୁନାର ଜିମା ଦେଲାବେଳେ ଟୁକୁନା ବାପାଙ୍କ ଘରକୁ ଫେରିବାକୁ ସଫା ସଫା ମନା କରିଥିଲା। ଘଟଣା ପୋଲିସର ମୁଣ୍ଡ ବିନ୍ଧାର କାରଣ ହୋଇଥିଲା। ଶେଷରେ ପୋଲିସ ଟୁକୁନାକୁ ଅନୁଗୁଳ ଜିଲ୍ଲା ଆଦୃତ ଗୃହକୁ ପଠାଇ ଥିଲା। ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ନାବାଳକ ପୁଅ ଘର ଛାଡ଼ିଥିବା ବେଳେ ସେହି ସମ୍ପର୍କ ଯୋଗୁଁ ଘରକୁ ନ ଫେରିବା ସାଧାରଣରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *