ରାଜ୍ୟ

ସିଣ୍ଢୋଳ ଆଞ୍ଚଳିକ କଲେଜକୁ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ର ଅନୁବନ୍ଧନ କମିଟିର ପରିଦର୍ଶନ

ଉଲୁଣ୍ଡା ୮/୧୨ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ସିଣ୍ଢୋଳ ଆଞ୍ଚଳିକ ଡିଗ୍ରୀ କଲେଜ କୁ ଆଜି ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ବଲାଙ୍ଗୀର ର ଅନୁବନ୍ଧନ କମିଟି ପରିଦର୍ଶନ ରେ ଆସିଥିଲେ।ଏହି ଅନୁବନ୍ଧନ କମିଟିରେ ମହାବିଦ୍ୟାଳୟ ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଘ୍ନେସ ପ୍ରସାଦ ମିଶ୍ର,କ୍ରୀଡା ପରିଷଦ ନିର୍ଦ୍ଦେଶକ ବିଶ୍ଵଜିତ ବେହେରା,ବରିଷ୍ଠ ସହାୟକ ଅକ୍ଷୟ ସେଠୀ କଲେଜର ଆବଶ୍ୟକୀୟ କାଗଜପତ୍ର,ନଥି ପତ୍ର ଯାଞ୍ଚ କରିବା ସହ ପାଠାଗାର ପରିଭ୍ରମଣ କରି ଅତ୍ୟନ୍ତ ଖୁସି ସୋଇଥିଲେ।ଏହି ଅନୁବନ୍ଧନ କମିଟି କୁ କଲେଜ ଅଧ୍ୟକ୍ଷ ପବିତ୍ର ବାରିକ, କଲେଜ ପ୍ରତିଷ୍ଠାତା ଛନ୍ଦାଚରଣ ଦାସ, ପରିଚାଳନା ପରିଷଦ ସଭାପତି ଶିବଚରଣ ସାହୁ, +2 ଅଧ୍ୟକ୍ଷ ଗିରିଶ ଦାସ,+2 ପରିଚାଳନା ପରିଷଦ ସଭାପତି ହୃଦୟାନନ୍ଦ ମେହେର, ପରିଚାଳନା ପରିଷଦ ସଭ୍ୟ ଶ୍ରୀପତି ଦେହେରୀ ଆଦି ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ।କଲେଜର ସମସ୍ତ କାର୍ଯ୍ୟକ୍ରମ କୁ ଅନୁଧ୍ୟାନ କରିବା ସହ ସମସ୍ତଙ୍କୁ ଶିକ୍ଷା, ଶିକ୍ଷାନୁଷ୍ଠାନ ର ବିକାଶ ରେ ବ୍ରତୀ ହେବା ପାଇଁ ଉତ୍ସାହିତ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଅଧ୍ୟାପକ ଅଦୀତ ମେହେର, ସଂଧ୍ୟାଦିପା ଗୁରୁ, ରାଜଲକ୍ଷ୍ମୀ ମହାରଣା,ସୁରତ ଗୁରୁ,କୁଳମଣି ସାହୁ ଆଦି ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *