ରାଜ୍ୟ

ଲିଙ୍ଗଗତ ହିଂସା ନିରାକରଣ ସଚେତନତା କର୍ମଶାଳା ଅନୁଷ୍ଠିତ

ଉଲୁଣ୍ଡା ୮/୧୨ ସୁବର୍ଣ୍ଣପୁର ଜିଲ୍ଲା ସଦର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ରେଆର ସୋନପୁର ତରଫରୁ ଜିଲ୍ଲା ସ୍ତରୀୟ ଲିଙ୍ଗଗତ ମହିଳା ହିଂସା ନିରାକରଣ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ କୁମୁଦିନୀ ମୁଦୁଲି ଯୋଗ ଦେଇ ସମ୍ବିଧାନ ର ବିଭିନ୍ନ ଧାରା ରେ ମହିଳା ମାନଙ୍କ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବରେ ଉପ ଆରିକ୍ଷୀ ଅଧିକ୍ଷକ ପ୍ରତାପ କୁମାର ରଣା, ମାନସିକ ସ୍ୱାସ୍ଥ୍ୟ ମେଡିକାଲ ଅଫିସର ଡା ତ୍ରିବିକ୍ରମ ପାଣ୍ଡିଆ, ରେଆର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା, ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ କୁ ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ପରିଚାଳନା କରିଥିବା ବେଳେ ସୁଦାମ ଗାଈଗରିଆ ଧନ୍ୟବାଦ ଦେଇଥିଲେ l କାର୍ଯ୍ୟକ୍ରମ ରେ ସୁବର୍ଣ୍ଣପୁର ନର୍ସିଙ୍ଗ ସ୍କୁଲ ର ଛାତ୍ରୀ, ସଖି କେନ୍ଦ୍ର କର୍ମକର୍ତା,ସୋନପୁର କଲେଜ ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *