ରାଜ୍ୟ

ସିମନବାଡ଼ି ରେ “ମୋ ମାଟି ମୋ ଦେଶ “କାର୍ଯ୍ୟକ୍ରମ

ଦାରିଙ୍ଗବାଡି / ବ୍ରାହ୍ମଣୀଗାଁ ତା: ୨୯/୯ ଭାରତ ଦେଶ ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଆଜାଦି ର ଅମୃତ ମହୋତ୍ସବ ପାଳନ କରି ସାରିଛି lଆଗାମୀ ୧୦୦ ବର୍ଷର ଆଜାଦି କୁ ଆଖି ଆଗରେ ରଖି ମାନ୍ୟବର ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶ ପାଇଁ ବଳିଦାନ ଦେଇ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିବା ଓ ଦେଶର ଯବାନ ମାନଙ୍କ ସୃତି ସବୁଦିନ ମନେ ପକାଇବା ପାଇଁ ସମଗ୍ର ଭାରତରୁ ଦିଲ୍ଲୀ କୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ମାଧ୍ୟମରେ ମାଟି ପହଞ୍ଚିବ ଓ ଅମୃତ ବାଟିକା ରେ ସେହି ମାଟି ପ୍ରତେକ ଶହୀଦ ହୋଇଥିବା ମହାପୁରୁଷ ଓ ବୀର ଯବାନ ମାନଙ୍କ ନାମରେ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରାଯିବ ଏବଂ ଭାରତର ପ୍ରତ୍ୟେକ ଗ୍ରାମରୁ ଆସିଥିବା ମାଟିକୁ ବୃକ୍ଷ ମାନଙ୍କ ଉପରେ ଦିଆଯିବ ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଠାରେ ସିଆରପିଏଫ ୧୨୭ ବାଟାଲିୟନ ବାଲିଗୁଡା ତରଫରୁ ମୋ ମାଟି ମୋଦେଶ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଛି lବାଲିଗୁଡା ସିଆରପିଏଫ ୧୨୭ ବାଟାଲିୟନ କମାଣ୍ଡାଣ୍ଟ ଆନନ୍ଦ ଝା ଙ୍କ ନେତୃତ୍ୱରେ ସିଆରପିଏଫ ୧୨୭ ବାଟାଲିୟନ ର ଯବାନ ମାନେ ପ୍ରଥମେ ସିମନବାଡ଼ି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ ସେଠାରେ ଅଞ୍ଚଳ ବାସୀ ମାନେ ଯବାନ ମାନଙ୍କ ସ୍ମୃତିରେ କଳସ ରେ ମୁଠାଏ ଲେଖାଏଁ ନିଜ ନିଜ ମାଟି ଅର୍ପଣ କରିଥିଲେ l ଯବାନ ମାନଙ୍କ ସହିତ ଏକ ରାଲି ମଧ୍ୟ ଗାଁ ର ବିଭିନ୍ନ ଅଞ୍ଚଳରେ ଭାରତ ମାତା କି ଜୟ ନାରା ରେ ପ୍ରକମ୍ପିତ ହୋଇ ଉଠିଥିଲା ଏହାପରେ ବଜାର ଓ ଷ୍ଟେଟ ବ୍ୟାଙ୍କ ନିକଟରେ ବହୁ ମହିଳା ମାଟି ଅର୍ପଣ କରିଥିଲେ l ବୀର ଶହୀଦ ମାନଙ୍କ ପାଇଁ ଏଭଳି କାର୍ଯ୍ୟ କରାଯାଉଥିବା ଯୋଗୁଁ ଅଞ୍ଚଳ ବାସୀ ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି l

Leave a Reply

Your email address will not be published. Required fields are marked *