ରାଜ୍ୟ

ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀରେ ଅନ୍ତରଙ୍ଗ ଯୁବ ମହାସଂଘ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ।

ୟୁଥ୍ ଫର୍ ୱାଟର ପ୍ଲସ, ୟୁନିସେଫ୍, ଗ୍ରାମ ବିକାଶ ଓ ଜାଗୃତି ଅନୁଷ୍ଠାନର ସହଯୋଗରେ ଅନ୍ତରଙ୍ଗ ଯୁବ ମହାସଂଘ, କନ୍ଧମାଳ ଦ୍ଵାରା ଦାରିଙ୍ଗବାଡି ବ୍ଲକର ହିଲ୍ ଭ୍ୟୁ ପାର୍କ ଓ ବଟର ଫ୍ଲାଇ ପାର୍କରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦାରିଙ୍ଗବାଡି ବ୍ଲକର ଅନ୍ତରଙ୍ଗ ଯୁବ ମହାସଂଘର ପ୍ରାୟ ୩୫ ଜଣ ସଦସ୍ୟ ସଦସ୍ୟାମାନେ ଯୋଗ ଦେଇଥିଲେ।
କନ୍ଧମାଳ ଜିଲ୍ଲାରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ, ଗୀର୍ଜା, ମନ୍ଦିର, ମସଜିଦ ଓ ଜନଗହଳି ତଥା ଗ୍ରାମାଞ୍ଚଳଗୁଡିକରେ ଅଳିଆ ଆବର୍ଜ୍ଜନା, ପଲିଥିନ, ପ୍ଲାଷ୍ଟିକ ବୋତଲ ଇତ୍ୟାଦି ଏଣେତେଣେ ପକାଇବା ଦ୍ଵାରା ପରିବେଶ, ଜଳ ଓ ବାୟୁ ପ୍ରଦୂଷଣ ହେଉଥିବା ଅନୁମାନ କରାଯାଇ ଏହାର ସୁସ୍ଥ ପରିବେଶ ତିଆରି କରିବା ପାଇଁ ଅନ୍ତରଙ୍ଗ ଯୁବ ମହାସଂଘ ତରଫରୁ ଏହି ପ୍ରୟାସ କରାଯାଇଛି। ଏହି ଅଳିଆ ଆବର୍ଜ୍ଜନା, ପ୍ଲାଷ୍ଟିକ ଜରି ପଲିଥିନ ପାଇଁ ଜଳ ବାୟୁ ପରିବର୍ତ୍ତନ ହେଉଥିବାରୁ ଲୋକମାନଙ୍କୁ ସଚେତନ କରି ବିଭିନ୍ନ ସ୍ଥାନରେ ବର୍ଜ୍ୟବସ୍ତୁ ପରିଚାଳନା କରିବା ପାଇଁ ଯୁବ ମହାସଂଘର ସଭାପତି ଦିଲ୍ଲୀପ କୁମାର ସାହୁ ଓ ସମ୍ପାଦକ ହୃଷିକେଶ ପ୍ରଧାନ ମତବ୍ୟକ୍ତ କରିଥିଲେ। ପର୍ଯ୍ୟଟନ ସ୍ଥଳୀକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ମାନଙ୍କୁ ପ୍ଲାଷ୍ଟିକ ବୋତଲ, ଜରି ପଲିଥିନ ଏଣେତେଣେ ନପକାଇବାକୁ ବୁଝାଇବା ସହିତ ପରିବେଶ ସୁରକ୍ଷା ଓ ସୁସ୍ଥ ଜଳବାୟୁ ନିର୍ମାଣ କରିବାରେ ସହାୟକ ହେବ ପାଇଁ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ନିବେଦନ କରିଛନ୍ତି। ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଅଧିକାଂଶ ମଦ ବୋତଲ, ଗୁଟଖା, କୁର୍କୁରେ, ଲେୟସ ପ୍ଲାଷ୍ଟିକ ଗ୍ଲାସ୍ ଓ ବୋତଲ ଗୁଡ଼ିକ ଦେଖିବାକୁ ମିଳିଥିଲା। ଏଥିରେ ପ୍ରାୟ ୧୩୦ କେ.ଜି ଅଳିଆ ଆବର୍ଜ୍ଜନା ମିଳିଥିଲା। ଏହାର ପରିଚାଳନା ପାଇଁ ସରକାର ଉଚିତ୍ ପଦକ୍ଷେପ ଗ୍ରହଣ କଲେ ଆଗାମୀ ଦିନରେ କନ୍ଧମାଳ ଏକ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଭାବରେ ଦୃଶ୍ୟମାନ ହୋଇପାରିବ ବୋଲି ଯୁବ ମହାସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ଦୋକାନ ଗୁଡ଼ିକରେ ରୋକଠୋକ ଭାବେ ପଲିଥିନ ବନ୍ଦ କରିବା ସହିତ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରରେ ବୋର୍ଡ ଓ ହର୍ଡିଂ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ପାଇଁ ବ୍ୟବସ୍ଥା କରିବା ସହିତ ଜରିମାନା ବ୍ୟବସ୍ଥା କରାଗଲେ ଏହା ଧୀରେ ଧୀରେ ପ୍ଲାଷ୍ଟିକ ମୁକ୍ତ କରିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଛନ୍ତି।
କାର୍ଯ୍ୟକ୍ରମକୁ ବ୍ଲକ୍ ଯୁବ ମହାସଂଘର ସଭାପତି ଅକ୍ଷୟ କୁମାର ପରିଚ୍ଛା ଓ ସମ୍ପାଦିକା ସୁପ୍ରିୟା ନାୟକ ପରିଚାଳନା କରିଥିବାବେଳେ ବୁଲିଆନ ପ୍ରଧାନ, ପ୍ରଭଞ୍ଜନ ପ୍ରଧାନ, ଦିଲନି ପ୍ରଧାନ, ଯୁମିତା ପ୍ରଧାନ, ଯୁନିତା ପ୍ରଧାନ, ସୁରେଖା ପ୍ରଧାନ ଓ ଜସିତା ପ୍ରଧାନ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *