ମନୋରଞ୍ଜନ

ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ଅହମଦାବାଦ୍‌: ବଲିଉଡ ଅଭିନେତା ଶାହରୁଖ ଖାନ୍‌ ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ହାର୍ଟଷ୍ଟ୍ରୋକ୍‌ ହୋଇଥିବାରୁ ଅହମଦାବାଦ୍‌ସ୍ଥିତ କେଡି ହସ୍‌ପିଟାଲରେ ଆଜି ଅପରାହ୍‌ଣ ୨ଟାରେ ଭର୍ତ୍ତି କରାଯାଇଥିବା ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କୁହାଯାଇଛି।  ସୁରକ୍ଷା ପାଇଁ ହସ୍‌ପିଟାଲରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।ସୂଚନାଯୋଗ୍ୟ, କୋଲକାତା ନାଇଟ୍‌ ରାଇଡର୍ସର ମାଲିକ ଶାହରୁଖ ଖାନ୍‌ ଗତକାଲି ଝିଅ ସୁହାନା ଓ ପୁଅ ଆବ୍ରମ୍‌ଙ୍କ ସହିତ ମ୍ୟାଚ୍‌ ଦେଖିବା ପାଇଁ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ ଯାଇଥିଲେ।  ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ କୋଲକାତା ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ମଧ୍ୟରେ ମ୍ୟାଚ୍‌ ‌ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ କୋଲକାତା ୮ ୱିକେଟ୍‌ରେ ଜିତିଥିଲା।

Leave a Reply

Your email address will not be published. Required fields are marked *