ରାଜ୍ୟ

ମଣି ଶଙ୍କର ଆୟାର୍‌ଙ୍କ ପାକିସ୍ତାନକୁ ସମ୍ମାନ ଦିଅ ମନ୍ତବ୍ୟରେ ସହମତ ନୁହେଁ କଂଗ୍ରେସ

ନୂଆଦିଲ୍ଳୀ: ଶୁକ୍ରବାର ଦିନ କଂଗ୍ରେସ ବରିଷ୍ଠ ଦଳର ନେତା ମଣି ଶଙ୍କର ଆୟାରଙ୍କର ଏକ ପୁରୁଣା ସାକ୍ଷାତକାର ଭିଡିଓ ଭାଇରାଲ୍‌ ହେବା ପରେ ଏବେ ତାହାକୁ ନେଇ ଚର୍ଚ୍ଚା ଲାଗିରହିଛି।

ଭାରତ ପାକିସ୍ତାନ ସହ କଥାବାର୍ତ୍ତା କରିବା ଉଚିତ। ଇସଲାମାବାଦକୁ ନୂଆଦିଲ୍ଲୀ ବିରୋଧରେ ପରାମାଣୁ ବୋମା ପ୍ରୟୋଗ କରିପାରେ। ଏଥିପାଇଁ ଆମକୁ ପାକିସ୍ତାନକୁ ସମ୍ମାନ ଦେବାକୁ ହେବ ବୋଲି କହୁଥିବାର ଏକ ପୁରୁଣା ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଘୂରିବୁଲୁଛି।

ଅନଲାଇନରେ ଭିଡିଓଟି  ଭାଇରାଲ ହୋଇ ବିବାଦ ସୃଷ୍ଟି କରିଛି। କିଛି ମାସ ପୂର୍ବେ ଆୟାରଙ୍କ ଏହି ମନ୍ତବ୍ୟକୁ ନେଇ ସହମତ ନହୋଇ କଂଗ୍ରେସ କହିଛି ଯେ ତାଙ୍କ ମତ ଦଳର ମତକୁ ପ୍ରତିନିଧିତ୍ୱ କରୁନାହିଁ।

କଂଗ୍ରେସର ବରିଷ୍ଠ ନେତା ପୱନ ଖେରା ଏକ ଏକ୍ସ ପୋଷ୍ଟ୍‌ କରି କହିଛନ୍ତି ‘‘କିଛି ମାସ ପୂର୍ବରୁ ମଣି ଶଙ୍କର ଆୟାରଙ୍କ କିଛି ମନ୍ତବ୍ୟ ସହ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର କୌଣସି ସଂପର୍କ ନାହିଁ। ଯଦି ପୁରୁଣା ଭିଡିଓ ବ୍ୟବହାର କରାଯାଉଛି, ତେବେ ଏଠାରେ ଆଉ ଏକ ପୁରୁଣା ଭିଡିଓ ନାହିଁ, ଯେଉଁଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାରତକୁ ଚୀନ୍‌କୁ ଭୟ କରିବାକୁ ପରାମର୍ଶ ଦେଉଛନ୍ତି।’’

ତାଙ୍କର ଭାଇରାଲ୍ ଟିପ୍ପଣୀକୁ ସ୍ପଷ୍ଟ କରି ପୱନ କହିଛନ୍ତି ଯେ ସାକ୍ଷାତକାରରେ ସେ ପିନ୍ଧିଥିବା ସ୍ୱିଟରରୁ ଏହା ସ୍ପଷ୍ଟ ହୋଇଛି ଯେ ଏହା ଶୀତ ଦିଦର ଭିଡିଓ। ଏହି ମନ୍ତବ୍ୟ ସେ ସେତେବେଳେ ଦେଇଥିଲେ।’’

Leave a Reply

Your email address will not be published. Required fields are marked *