ରାଜ୍ୟ

କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ଠାରେ ଏକ ନିର୍ବାଚନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସେଥିରେ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ଯୋଗଦାନ

ଆଜି କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ଠାରେ ଏକ ନିର୍ବାଚନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସେଥିରେ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ଯୋଗଦାନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ପ୍ରାୟ
୪୦୦୦୦ ରୁ ଉର୍ଦ୍ଧ ଜନ ସମାଗମ ହୋଇଥିବା ବେଳେ ଆରକ୍ଷୀ ବାହିନୀ ଏବଂ ସୁରକ୍ଷା ବାହିନୀ ଙ୍କୁ ମିତ୍ର ଫାଉଣ୍ଡେସନ ର କାର୍ଯ୍ୟକର୍ତ୍ତା ମାନେ ସଫଳତା ର ସହ ସାହାଯ୍ୟ କରିଥିଲେ ।
କେବଳ ଏତିକି ନୁହେଁ ଅସହ୍ୟ ତାତି ରେ ହନ୍ତସନ୍ତ ହେଉଥିବା ଲୋକ ମାନଙ୍କୁ ଜଳ ଦାନ କରି ମିତ୍ର ଫାଉଣ୍ଡେସନ ର କାର୍ଯ୍ୟକର୍ତ୍ତା ମାନେ ଲୋକ ମାନ ଙ୍କ ପ୍ରକୃତ ମିତ୍ର ସାଜିଥିଲେ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ କିପରି ପ୍ଲାଷ୍ଟିକ ବୋଟଲ ଏଣେ ତେଣେ ପଡ଼ି ପରିବେଶ ପ୍ରଦୂଷଣ ନ ହେଉ ତା ପ୍ରତି ମଧ୍ୟ ଧ୍ୟାନ ରଖି ଫାଉଣ୍ଡେସନର ର କାର୍ଯ୍ୟକର୍ତ୍ତା ମାନେ ଭ୍ରାମ୍ୟମାଣ ଡଷ୍ଟିବିନ୍ ଲୋକ ଙ୍କ ନିକଟରେ ପହଞ୍ଚାଇଥିଲେ ।
ଶେଷରେ ସମସ୍ତଙ୍କୁ ଅନୁରୋଧ ଆସନ୍ତୁ ସମସ୍ତେ ଆମ ସହ ଯୋଡ଼ି ହୁଅନ୍ତୁ ଏବଂ ମଣିଷ ଜୀବନକୁ ସମାଜ ସେବା ଦ୍ଵାରା ସାର୍ଥକ କରନ୍ତୁ

Leave a Reply

Your email address will not be published. Required fields are marked *