ରାଜ୍ୟ

ଅଶଂଘାତରେ ମୃତ୍ୟୁବରଣ କରିଥିବା ଅଙ୍ଗନୱାଡି କର୍ମୀଙ୍କୁ କ୍ଷତିପୁରଣ ସହ ତାଙ୍କ ପରିବାରର ଜଣକୁ ନିଯୁକ୍ତି ଦାବି

କୁକୁଡାଖଣ୍ଡି: କୁକୁଡାଖଣ୍ଡି ଆଇସିଡ଼ିଏସ ପ୍ରକଳ୍ପର ବାଲିପଡା-(୨) ର ଅଙ୍ଗନୱାଡି କର୍ମୀ କନକଲତା ପାଣିଗ୍ରାହୀ ଗତ ଶନିବାର ଦିନ ଅଙ୍ଗନୱାଡି କେନ୍ଦ୍ରର କାର୍ଯ୍ୟସାରି ଫେରୁଥିବା ସମୟରେ ଅଂଶୁଘାତରେ କେନ୍ଦ୍ରର ଅଳ୍ପ ଦୂରରେ ଟଳି ପଡିଥିଲେ। ତାଙ୍କୁ ସ୍ଥାନିୟ ଲୋକମାନେ ବାଲିପଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠି ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ପଠାଇ ଦେଇଥିଲେ। ବ୍ରହ୍ମପୁର ମେଡିକେଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ୍ଯୁ ଘୋଷଣା କରିଥିଲେ। ପ୍ରକାଶଥାଉକି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସମଗ୍ର ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଅଙ୍ଗନୱାତି କେନ୍ଦ୍ର ୬ଟା ଠାରୁ ୯ଟା ଚଳାଇବା ପାଇଁ ରାଜ୍ୟସରକାର ନିର୍ଦ୍ଦେଶ ଦେଇଛନ୍ତି। ଅଙ୍ଗନୱାଡି କର୍ମୀ ବହୁ କାର୍ଯ୍ୟରେ ନିୟୋଜିତ କରାଯାଉଛି ତେଣୁ ସରକାରୀ ଧାର୍ଯ୍ୟ ମଧ୍ୟରେ କାର୍ଯ୍ୟ କରିବା ପାଇଁ ଅନ୍ୟାନ୍ୟ ଧାର୍ଯ୍ୟ କାର୍ଯ୍ୟ କରିବା ସେଭଳି କିଛି ସମୟ ନିର୍ଘଣ୍ଟ ନାହିଁ। ତେଣୁ ସରକାରଙ୍କ ତରଫରୁ ଧାର୍ଯ୍ୟ ରିପୋର୍ଟ ଓ ଅନ୍ୟାନ କାର୍ଯ୍ୟ ସଠିକ ସମୟରେ ଦେବା ପାଇଁ ଚାପ ପ୍ରୟୋଗ କରାଯାଏ। ତାଦନୁଯାଇ ସଂପୃକ୍ତ କର୍ମୀ ଅଙ୍ଗନୱାଡି ଧାର୍ଯ୍ୟ ସମୟରେ ଅଙ୍ଗନୱାଡି କେନ୍ଦ୍ର କାର୍ଯ୍ୟ ସାରି ଓ ଅନ୍ୟାନ ଧାର୍ଯ୍ୟ କାମ ସାରି ଘରକୁ ଫେରୁଥିବା ସମୟରେ କେନ୍ଦ୍ରଠାରୁ ଅଳ୍ପ ଦୂରରେ ଅଶଂଘାତର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି।ସଂପୃକ୍ତ କର୍ମୀଙ୍କ ପରିବାରର ଜଣକୁ ନିଯୁକ୍ତି ଦେବା ସହ ଉପଯୁକ୍ତ କ୍ଷତି ପୁରଣ ଦଶ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଦାବିକରିଛି ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଙ୍ଘ। ଏନେଇ କୁକୁଡାଖଣ୍ଡି ସିଡିପିଓ କୁସୁମ ସାହୁ ଙ୍କୁ ମହିଳା ଶିଶୁ ବିଭାଗ ସଚିବ ଓ ଜିଲ୍ଲପାଳ ଙ୍କ ଉଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ କରିବା ସମୟରେ କୁକୁଡ଼ାଖଣ୍ଡି ବ୍ଲକ ଅଙ୍ଗନବାଡି ସଙ୍ଘ ସଭାନେତ୍ରୀ ମାଣିକେଶ୍ବରୀ ପଟନାୟକ, ସମ୍ପାଦକ ସୁଦେଷ୍ଟା ପଟ୍ଟନାୟକ, ଇନ୍ଦିରା ପାତ୍ର, ଗଳ୍ପଲତା ପଟ୍ଟନାୟକ, ଗୀତା ମାଝୀ,ଲଳିତା ସାହୁ, ପି ସୁସିଲା, ଏ ଲକ୍ଷ୍ମୀ, ସାନ୍ତିଲତା ସାହୁ, ପ୍ରମିଳା ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *