ରାଜ୍ୟ

ଦେଶୀ ମଦ କାରବାର ବନ୍ଦ କରିବାକୁ ଅଣ୍ଟା ଭିଡ଼ିଲେ କିନାରି ଗାଁ ମହିଳାସଂଗଠନ

ବ୍ରାହ୍ମଣୀଗାଁ ତା:୨୪/୯ ମଦ୍ୟପି ମାନଙ୍କ ଉନ୍ମୁକ୍ତ କାଣ୍ଡ ରେ ପେଶୀ ହୋଇଯାଉଛନ୍ତି ପରିବାର ର ମହିଳା ମାନେ, ଘରେ ଖାଇବାକୁ ନ ମିଳୁ ପଛେ ମଦ ଟିକକ ପାଇଁ ମା, ଭଉଣୀ, ପୁଅ ଝିଅ ଙ୍କୁ ଭୂଲି ଯାଉଛନ୍ତି , କେହି ଯଦି ପ୍ରତିବାଦ କରେ ତାର ସାତ ପୁରୁଷ ଓଗାଳି ଦିଅନ୍ତି, ନିଜର ଟାଣ ପଣ ଦେଖାଇ ଗ୍ରାମର ମହିଳା ମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଏକ ନିତିଦିନିଆ ବେପାର ହେଲାଣି, ସବୁ ଦିନ କେହିନା କେହି ମଦ୍ୟପି ଙ୍କ ସାମ୍ନା କରିବାକୁ ପଡୁଛି ଏବଂ ଅସଭ୍ୟ ଗାଳି ଗୁଲଜ ଶୁଣିବାକୁ ପଡୁଛି, ଗ୍ରାମ ବାସୀଙ୍କ କହିବା ଅନୁଯାୟୀ ଜଣେ ନାବାଳିକା ତାଙ୍କ ମଦ୍ୟପ ବାପାଙ୍କ ଆକ୍ରୋଶ ର ଶିକାର ହୋଇଥିବା ଘଟଣାକୁ ସହ୍ୟ କରି ନ ପାରି , ଉଭୟ ସମ୍ପ୍ରଦାୟ ର ମହିଳା ଓ ସ୍ଵୟଂ ସହାୟିକା ଗୋଷ୍ଠୀ ଏକତ୍ରିତ ହୋଇ ଏକ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି,ଶନିବାର ଦିନ ଗ୍ରାମରେ ମହୁଲି ମଦ ରାନ୍ଧୁ ଥିବା ଓ ବିକ୍ରି କରୁଥିବା ଘର ମାନଙ୍କୁ ଯାଇ ବେଆଇନ ମଦ କାରବାର ବନ୍ଦ କରିବାକୁ ଦୃଢ଼ ଚେତାବନୀ ଦେବା ସହ ବଣ ଜଙ୍ଗଲ ଓ ବିଲ ମାଳ ତଲାସ କରି ମହୁଲ ପୋଚ, ମଦ ଓ ରନ୍ଧା ସାମଗ୍ରୀ ଜବତ କରିଥିବା ଜଣା ପଡ଼ିଛି, ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ର କିନାରୀ ଗାଁ ଗ୍ରାମରେ,ପ୍ରାୟ ୫ରୁ ୭ଟି ପରିବାର ମହୁଲି ମଦ ରୋଷେଇ କରି ବିକ୍ରି କରୁଥିବା ବେଳେ, ଗ୍ରାମର ପ୍ରାୟ ଅଧିକାଂଶ ପୁରୁଷ ମଦ୍ୟ ପାନ କରି ଗ୍ରାମର ଶୃଙ୍ଖଳା ଭଙ୍ଗ କରିବା ସହ ସେମାନଙ୍କୁ ଯିଏ ପ୍ରତିବାଦ କରନ୍ତି ବିଶେଷ କରି ନିଜ ପରିବାରର ସ୍ତ୍ରୀ ପିଲାଙ୍କ ଉପରେ ଜୁଲମ କରୁଥିବା ବେଳେ କମ୍ ବୟସର ପାଠ ପଢା ବାଳକ ମାନେ ମଧ୍ୟ ମଦ୍ୟ ପାନ ରେ ଆସକ୍ତ ରହୁଥିବା ମହିଳାମାନେ କହିଛନ୍ତି, ଏହି କ୍ଷେତ୍ରରେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବା ବେଳେ ମଦବ୍ୟବସାୟୀ ମାନଙ୍କ ଠାରୁ କିଛି ହାତ ଗୁଞ୍ଜା ପାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ନେଇ ମହିଳା ମାନେ ଅଭିଯୋଗ କରିଛନ୍ତି , ଏଣୁ ସମସ୍ତ ମହିଳା ଏକତ୍ରିତ ହୋଇ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହୋଇଛୁ ବୋଲି କହିଛନ୍ତି , ଯଦି ଆଗାମୀ ଦିନରେ ଗ୍ରାମର ଯେ କୌଣସି ବ୍ୟକ୍ତି ମଦ ରନ୍ଧା ହେଉ ବା ବିକ୍ରି କରିବା ହେଉ ଜଣା ପଡ଼େ ତେବେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ଵୟଂ ସହାୟିକା ଗୋଷ୍ଠୀ ର ମହିଳା ମାନେ ଚେତାବନୀ ଦେଇଛନ୍ତି ଏବଂ ତୁରନ୍ତ ବ୍ରାହ୍ମଣୀଗାଁ ରେ ଏକ ଅବକାରୀ ଥାନା ପ୍ରତିଷ୍ଠା କରି ଅଞ୍ଚଳ ର ଚୋରା ମଦ କାରବାର ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *