ରାଜ୍ୟ

କାଶିନିପଦର ଗ୍ରାମପଞ୍ଚାୟତର ଯୁବକ ସଂଘ ଦ୍ଵାର ଭାରତ ରତ୍ନ ଡଃ ବାବା ସାହେବ୍ ଆମ୍ବେଦକର ଙ୍କ ୧୩୩ ତମ ଜୟନ୍ତୀ ପାଳନ

               କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ                 ଭାରତ ବର୍ଷ ସମେତ ସାରା ବିଶ୍ବରେ ଆଜି ଭାରତ ରତ୍ନ ଡଃ ବି ଆର ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ପାଳନ ହେଉଅଛି  ! ଏହି ଅବସରରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ କାଶିନିପଦର ଗ୍ରାମପଞ୍ଚାୟତ ରେ ଡଃ ବାବା ସାହେବ୍ ଙ୍କ ଜୟନ୍ତୀ ପାଳନ ହେବା ସହ  ସଦର ମହକୁମା ଫୁଲବାଣୀ, ବାଲିଗୁଡା , ଦାରିଂବାଡ଼ି ଭଲି ସ୍ଥାନରେ ପାଳନ ହେଉଥିବା ଦେଖିବାକୁ ମିଳିଛି ! ଯାହାଙ୍କ ପାଇଁ ସାରା ଦେଶରେ ଆଜି  ସରକାରୀ ,ବେସରକାରୀ ଓ ସାଧାରଣ ଜନତା ଏକ ନିୟମରେ ବନ୍ଧା ହେଉଛନ୍ତି ଏବଂ ନିଜର ଅଧିକାର କୁ ନେଇଁ ସ୍ୱର ଉତ୍ତୋଳନ କରି ପାରୁଛନ୍ତି  ସେହି ମହାନ୍ ବିଜ୍ଞ ମହାପୁରୁଷ ଡଃ ବାବା ସାହେବ୍ ଆମ୍ବେଦକର ଅଟନ୍ତି  ! ଇଂରେଜ ମାନଙ୍କ ଠାରୁ ସ୍ଵାଧୀନ ହେବା ପରେ ଦେଶକୁ ଚଳାଇବାକୁ କିଛି ନିୟମର ଆବଶ୍ୟକ ରହିଥିଲା ଯାହା ବାବା ସାହେବ୍ ୧୯୫୦ ମସିହାରେ ନିଜସ୍ଵ ଜ୍ଞାନ କୌଶଳ ରେ ସମ୍ବିଧାନ ପ୍ରସ୍ତୁତ କରି ଦେଶକୁ ସମର୍ପିତ କରିଥିଲେ  । ଆଜି ସେହି ସମ୍ବିଧାନ କୁ ନେଇ ସରକାରୀ ବେସରକାରୀ ସାଧାରଣ ଜନତା ନିଜ ନିଜର ଅଧିକାର ପାଇବା ସହ ନ୍ୟାୟ ପାଇବାରେ ସକ୍ଷମ ହେଉଛନ୍ତି  । ବାବା ସାହେବ୍ ଜଣେ ଦଳିତ ପରିବାର ର ଥିଲେ । ଆମ ଦେଶରେ ଥିବା ବହୁ କୁସଂସ୍କାର ,ସୀମିତ ଶିକ୍ଷା ,ସ୍ଵାସ୍ଥ୍ୟ ,ଜାତିଭେଦ ,ବର୍ଣ୍ଣ ବୈଷମ୍ୟ ,ଉଚ୍ଚ ନୀଚ ଭେଦଭାବ କୁ ଦୂର କରି ଏକ ନୂତନ ସଂସ୍କାର ଆଣିବାରେ ସକ୍ଷମ ହୋଇଥିଲେ  ! ସେ ଦଳିତ ପରିବାରରେ ଜନ୍ମ ହୋଇ ନିଜ ଜୀବନୀ ମଧ୍ୟରେ ଘଟିଯାଇଥିବା ଘଟଣା ସବୁ କୁ ଆଧାର କରି ଦେଶରେ ଥିବା ଦଳିତ ମୂଳ ଅଧିବାସୀଙ୍କ ଅଧିକାର ଓ ସ୍ଵାଧୀନତା ଉପରେ ସୁଧାର ଆଣିବାରେ ଯେଉଁ ପ୍ରୟାସ କରି ଯାଇଛନ୍ତି ତାହା ସାଧାରଣ ଦଳିତ ଜନତାଙ୍କ ପାଇଁ ଏକ ଅବିଶ୍ୱନୀୟ ପଦକ୍ଷେପ ହୋଇ ରହିଛି । ଏହି ପରିପେଖିରେ ଆଜି କାଶିନିପଦର ଗ୍ରାମପଞ୍ଚାୟତ ର ଆମ୍ବେଦକର ଯୁବକ ସଂଘ ଦ୍ଵାର  ବହୁ ଆମ୍ବେଦକର ବାଦି ସମୂହ ଯୋଗ ଦେଇ ବାବା ସାହେବଙ୍କ  ପୋଠପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଦେଇ ଥିଲେ  ।  ସଚେତନତାର ବାର୍ତାକୁ ଦଶ ରୁ ଶହେ , ଶହେରୁ  ହଜାରେ ,ହଜାରେ ରୁ ଅଗୁଣିତ ଲୋକଙ୍କ ପାଖରେ ସଚେତନ ର ବାର୍ତ୍ତା କିପରି ପହଞ୍ଚିବ ତାହା ଉପରେ ପ୍ରୟାସ ଜାରି ରହିଥିବା ସୂଚନା ଦେଇଛନ୍ତି ମହିତ୍ କୁମାର କହଁର, କେଶବ ଦିଗାଲ, ମଣ୍ଟୁ ଦିଗାଲ ପ୍ରକାଶ କରିଥିଲେ ।  ଦୁଃଖର ବିଷୟ ଜିଲ୍ଲାରେ କୌଣସି ସରକାରୀ ,ବେସରକାରୀ , ରାଜ ନେତା କିମ୍ବା ଜାତି ଧର୍ମ ନିର୍ବିଶେଷରେ କେହିବି  ବାବା ସାହେବଙ୍କ ଜୀବନୀ ଉପରେ କିମ୍ବା ଜୟନ୍ତୀ ପାଳନ କରିବାରେ ଆଗ୍ରହ ହେଉନଥିବା, ଅଣଦେଖା କରୁଥିବା କୁ ନେଇ ଦଳିତ ମୂଳ ଅଧିବାସୀ ମାନଙ୍କ ମଧ୍ୟରେ ଥିବା ବୁଦ୍ଧିଜୀବୀ ଙ୍କ ମହଲରେ ଆଲୋଚନା ହେବା ସହ ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି  ।ଯେହେତୁ ବାବା ସାହେବ୍ ଏପରି ଜଣେ ବ୍ୟକ୍ତିତ୍ୱ ଯାହାକି ଦେଶର ସମସ୍ତ ନେତା ଓ ବୁଦ୍ଧିଜୀବୀଙ୍କ ଉର୍ଦ୍ଧରେ  ।ସେ ସମାଜ ଗଠନ ,ଶିକ୍ଷା ,ସ୍ଵାସ୍ଥ୍ୟ ,କୁସଂସ୍କାର,ସ୍ଵାଧୀନତା ଓ ଅଧିକାର ଉପରେ ବହୁ କିଛି ଦେଇଯାଇଛନ୍ତି ଦେଶବାସୀଙ୍କୁ  । ଦେଶର ବହୁ ନେତାଙ୍କ ତିରୋଧାନ ଓ ଜନ୍ମ ଜୟନ୍ତୀ ପାଳନ ହେଉଛି ସରକାରୀ ଭାବରେ କିନ୍ତୁ ବାବା ସାହେବଙ୍କ ପାଇଁ ଏପରି ହେବା ଏକ ଲଜ୍ଜ୍ୟଜନକ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *