ରାଜ୍ୟ

କନ୍ଧମାଳ ଜିଲ୍ଲାର ପ୍ରଶିଦ୍ଧ ରତଗଂ ଦଣ୍ଡ କାଳୀ ଙ୍କ ଝାମୁଯାତ୍ରା ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ରତଙ୍ଗ ଗ୍ରାମ ପଞ୍ଚାୟତ ର ରତଙ୍ଗ ଗ୍ରାମ ରେ ମାସନ୍ତ ମେରୁ ଯାତ୍ରା ଅନୁଷ୍ଠିତ ହୋଇଛି ରତଙ୍ଗ ମାଁ ପଶ୍ଚିମ କାଳୀ ଓ ମାଁ ସୂଯ୍ୟ କାଳୀ ଙ୍କ ଓ ବାବା ଭୋଲେଶ୍ବର ମହାଦେବଙ୍କ ବାର ଦିନ ନିଷ୍ଠାପର ରେ ପାଳନ କରିଥିଲେ ମାଁ ଦଣ୍ଡ କାଳୀ ଙ୍କୁ ବରଣ କରି ଗାଁ ଗାଁ ବାରଦିନ ପରିକ୍ରମା କରିଥିଲେ ଗତ ୦୧/୦୪ ତାରିଖରୁ ରତଙ୍ଗ ଦଣ୍ଡ ଯାତ୍ରା ଆରମ୍ଭ ହୋଇ ୧୩/୦୪ ତାରିଖରେ ଶେଷ ହୋଇ ଯାଇଛି ଏହି ଦଣ୍ଡ ରେ ମାଁ ପୁଜକ ପାଟଭୁକ୍ତା ଶ୍ରୀ ବିମଳ କୁମାର ମହାଙ୍କୁଡ ଙ୍କ ସହିତ ପନ୍ଦର ଶହ ରୁ ଉର୍ଦ୍ଧ୍ବ ଗୁହାରିଆ ନିଷ୍ଠାପର ସହିତ ବାରଦିନ ମାଁ ଙ୍କ ସହିତ ପରିକ୍ରମା କରିଥିଲେ ଏହି ମାସନ୍ତ ମେରୁ ରେ ଶେଷ ହୋଇଛି ଏହି ରତଙ୍ଗ ମାଁ କାଳୀ ଙ୍କୁ ଦର୍ଶନ କରିବା ପାଇଁ ପାଞ୍ଚ ହଜାରୁ ଉର୍ଦ୍ଧ୍ବ ଭକ୍ତ ଙ୍କ ସମାଗମ ହୋଇ ଥିଲା ସକାଳ ଦଶ ଟା ସମୟ ରେ ମାଁ ବରଣ କରିଥିଲେ ଓ ମାଁ ସହିତ ପନ୍ଦର ଶହ ରୁ ଉର୍ଦ୍ଧ୍ବ ଭକ୍ତ ଗଡପଶି ମାଁ ମନ୍ଦିର କୁ ଆଶିଥିଲେ ଓ ଅପରାହ୍ନ ରେ ମାଁ ଙ୍କ ପାଣିଦଣ୍ଡ କରାଯାଇ ଥିଲା ଓ ରାତ୍ରି ୯ ଘଣ୍ଟା ସମୟ ରେ ଝାମୁ ଅନୁଷ୍ଠିତ ହୋଇ ଥିଲା ମାଁ ଙ୍କ କରୁଣାରୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇ ଯାଇଛି ଏହି ମାଁ ପଶ୍ଚିମ କାଳୀ ଓ ମାଁ ସୂଯ୍ୟ କାଳୀ ଙ୍କ ମହିମା ଏମି ଅଛି ଯେ କନ୍ଧମାଳ ଜିଲ୍ଲା ସହିତ ଓଡିଶା ଓ ଓଡିଶା ବାହୁରୁ ଭକ୍ତ ଆସିଥିବାର ଦେଖିବାକୁ ମିଳିଥିଲା

Leave a Reply

Your email address will not be published. Required fields are marked *