ରାଜ୍ୟ

ନିମଖଣ୍ଡିରେ ବିକ୍ରମ ପଣ୍ଡାଙ୍କ ନିର୍ବାଚନୀ ପ୍ରଚାର କର୍ମୀ ସମ୍ମିଳନୀ

କୁକୁଡ଼ାଖଣ୍ଡି: ଗଞ୍ଜାମ ଜିଲ୍ଲାର ଚର୍ଚ୍ଚିତ ଗୋପାଳପୁର ନିର୍ବାଚନ ମଣ୍ଡଳୀର କୁକୁଡାଖଣ୍ଡି ବ୍ଳକରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ତଥା ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କ ନେତୃତ୍ବରେ ବୁଥ ସ୍ତରୀୟ କର୍ମୀ ସମ୍ମିଳନୀ ସହ ନିର୍ବାଚନୀ ବନ୍ଧୁ ମିଲନ ଆୟୋଜିତ ହୋଇଯାଉଛି । ନିମଖଣ୍ଡି ଗ୍ରାମ ପଞ୍ଚାୟତରେ ଆୟୋଜିତ ଏହି କର୍ମୀ ସମ୍ମିଳନୀରେ ବିଜେଡିର ବ୍ଲକ୍ ସ୍ତରୀୟ ଜନପ୍ରତିନିଧି , କର୍ମୀ ସଂଗଠକ ପ୍ରମୁଖ ଯୋଗଦେଇଥିଲେ । ନିର୍ବାଚନୀ ସଭାରେ ଉପସ୍ଥିତ ଜନସାଧାରଣଙ୍କୁ ବିଧାୟକ ପ୍ରାର୍ଥୀ ଭୋଟ ଭିକ୍ଷା କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରଣୋଦିତ ସମସ୍ତ ଜନ କଲ୍ୟାଣକାରୀ ଯୋଜନାକୁ ଭୋଟରଙ୍କ ନିକଟରେ ପହଞ୍ଚାଇ ସେଗୁଡ଼ିକର ଲାଭ ଉଠାଇବା ପାଇଁ ପ୍ରବର୍ତ୍ତାଇଥିଲେ ।ଏଵଂ ଆଗାମୀ ସଧାରଣ ନିର୍ବାଚନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପାଇଁ “ଶଙ୍ଖ ଚିହ୍ନରେ ଦୁଇ ଥର ସୁଇଚ୍ ଟିପି..” ବ୍ରହ୍ମପୁର ଲୋକସଭା ତଥା ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେଡି ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ଆଶାବ୍ୟକ୍ତ କରିଥିଲେ । ଏହା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ କରି ଇତିହାସ ସୃଷ୍ଟି କରିବା ପାଇଁ ବିନମ୍ରତା ପୂର୍ବକ ଅନୁରୋଧ କରିଥିଲେ। ଆୟୋଜିତ ଏହି ବୁଥ ସ୍ତରୀୟ କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଦିଲ୍ଲୀପ ପାତ୍ର ପରିଚାଳନା କରିଥିବା ବେଳେ କୁକୁଡାଖଣ୍ଡି ବ୍ଳକ ଅଧ୍ୟକ୍ଷ କାମାକ୍ଷ ପ୍ରସାଦ ପାତ୍ର, ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସିଏଚ୍ ଡିଲେଶ୍ୱର ରେଡି, ବ୍ଲକ ବିଜେଡି ସଭାପତି ସିତାରାମ ସାହୁ,ଗଞ୍ଜାମ ଜିଲ୍ଲା ସମବାୟ ସଭାପତି ତଥା ପୂର୍ବତନ ବିଡିଏ ଅଧ୍ୟକ୍ଷ କୈଳାସ ରଣା,ବରିଷ୍ଠ ଆଇନଜୀବୀ ତଥା ବିଜେଡି ଜିଲ୍ଲା ଉପସଭାପତି ଅସିତ ପାଣିଗ୍ରାହୀ, ରଙ୍ଗେଇଲୁଣ୍ଡା ବ୍ଲକ ଉପାଧ୍ୟକ୍ଷା ଅନିତା ମହାଙ୍କୁଡ, ୧୦ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟା ଭାରତୀ ନାୟକ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ସୁକାନ୍ତି ସାହୁ, ସରପଞ୍ଚ ଶଶୀ ବେହେରା, ମାଗତା ପାତ୍ର,ପ୍ରଦୀପ କୁମାର ମଲଣା, ଲକ୍ଷ୍ମୀପ୍ରିୟା ସାହୁ,ମିନତୀ ବେହେରା,ସମିତି ସଭ୍ୟ ସନ୍ତୋଷ କୁମାର ସାହୁ,ବିଷ୍ଣୁପ୍ରିୟା ନାୟକ, ଵିଷ୍ଣୁ ବେହେରା, ଜ୍ୟୋତି ରଞ୍ଜନ ସାହୁ, ଗିରିଜା ଶଙ୍କର ତ୍ରିପାଠୀ, ରାଜେନ୍ଦ୍ର କୁମାର ପାତ୍ର, ଡି ଭଗବାନ ପାତ୍ରଙ୍କ ସମେତ ସମସ୍ତ ଦଳୀୟ ନିର୍ବାଚିତ ଜନ ପ୍ରତିନିଧି, କର୍ମୀ, ସଂଗଠକ ପ୍ରମୁଖ ବିପୁଳ ସଂଖ୍ୟାରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *