ରାଜ୍ୟ

ନିଶ୍ଚିନ୍ତକୋଇଲି//.ବାଇକ୍ ବାଇକ୍ ମଧ୍ୟରେ ଧକ୍କା। ଜଣେ ମୃତ୍ୟୁ ଆଉ ଜଣେ ଗୁରୁତ୍ୱର।

ନିଶ୍ଚିନ୍ତକୋଇଲି-:୦୮/୦୪,ଆଜି ସକାଳେ କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ ବାଇକ୍ ବାଇକ୍ ମଧ୍ୟରେ ଧକ୍କା ହେବା ଯୋଗୁଁ ଜଣେ ମୃତ ଓ ଆଉଜଣେ ଗୁରୁତ୍ଵର ଆହତ ହୋଇଥିବା ଜଣାପଡିଛି। ତେବେ ମୃତକ ଜଣଙ୍କ ହେଲେ ରାଜଧାନୀ ଭୁବନେଶ୍ୱର ଅଞ୍ଚଳର ନାରାୟଣ ବାରିକ। ସେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷ୍ୟା ବିଭାଗରେ ହିସାବ ରକ୍ଷକ ରୁପେ କାର୍ଯ୍ୟ କରୁଥିବା ସୂଚନା ମିଳିଥିବା ବେଳେ ଆହତ ଜଣଙ୍କ ହେଲେ ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୂର ଗ୍ରାମପଞ୍ଚାୟତ ମହାଜନପୂର ଗ୍ରାମର ଖିରୋଦ କୁମାର ସାହୁ, ତାଙ୍କ ଅବସ୍ଥା ଉଦବେଗ ଜନକ ଥିବାରୁ ତାଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

Leave a Reply

Your email address will not be published. Required fields are marked *