ମୁଖ୍ୟ ଖବର

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା: ଆପ୍ ନେତା ଦୁ‌ର୍ଗେଶ ପାଠକଙ୍କୁ ଇଡି ପଠାଇଲା ସମନ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆପର ଅନେକ ବରିଷ୍ଠ ନେତା ଏବେ ଜେଲରେ ଥିବା ବେଳେ ପୁଣି ଜଣେ ନେତାଙ୍କୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଆପ୍ ନେତା ଦୁ‌ର୍ଗେଶ ପାଠକଙ୍କୁ ଆଜି ଇଡି ସମନ ପଠାଇଥିବା ଜଣାପଡ଼ିଛି।

“ସତ୍ୟେନ୍ଦ୍ର ଜୈନ, ମନୀଷ ସିସୋଦିଆ, ସଞ୍ଜୟ ସିଂଙ୍କଠାରୁ ଆରମ୍ଭ କରି ଏବେ ସେମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛନ୍ତି। କିନ୍ତୁ ବର୍ତ୍ତମାନ ସେମାନେ ଅନ୍ୟ ଚାରିଜଣ ବରିଷ୍ଠ ନେତାଙ୍କୁ ଗିରଫ କରିବାକୁ ଚାହୁଁଛନ୍ତି। ସେମାନେ ହେଲେ ରାଘବ ଚଢ଼ା, ଦୁର୍ଗେଶ ପାଠକ, ସୌରଭ ଭରଦ୍ୱାଜ ଏବଂ ମୁଁ।” ସାମ୍ବାଦିକ ସମ୍ମିଳନୀ କରି ଆପ୍ ନେତ୍ରୀ ଅତିଶି ମାର୍ଲେନା ଏଭଳି କହିବାର କିଛି ଦିନ ପରେ ଆଜି ଇଡି ଦୁର୍ଗେଶ ପାଠକଙ୍କୁ ସମନ ପଠାଇଛି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଏପ୍ରିଲ ୨ରେ ସାମ୍ବାଦିକ ସମ୍ମିଳନୀ କରି ଅତିଶି ଦାବି କରିଥିଲେ ଯେ, “କେଜ୍ରିୱାଲ ଜେଲ୍ ଯିବା ପରେ ବିଜେପି ମୋତେ ଧମକ ଦେବା ଆରମ୍ଭ କରିଛି। ଆମ ଦଳରେ ଯୋଗ ଦିଅ, ନହେଲେ ମାସେ ଭିତରେ ଗିରଫ ହେବ ବୋଲି ବିଜେପି ଧମକ ଦେଉଛି। ‌ପ୍ରଧାନମନ୍ତ୍ରୀ ଏବଂ ବିଜେପି ନିଷ୍ପତ୍ତି ନେଇସାରିଛନ୍ତି ଯେ ସେମାନେ ଆମ୍ ଆଦମୀ ପାର୍ଟି ଏବଂ ଏହାର ସମସ୍ତ ନେତାଙ୍କୁ ତଳିତଳାନ୍ତ କରିବେ ଓ ଜେଲ୍ ପଠାଇବେ। ମୋର ଅତି ଘନିଷ୍ଠ ବ୍ୟକ୍ତି ମୋତେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟେକ ଆପ୍ ନେତାଙ୍କୁ ଜେଲ ପଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।”

Leave a Reply

Your email address will not be published. Required fields are marked *