ରାଜ୍ୟ

ପ୍ରଦେଶ ସେବା ସଂଗଠନ ପକ୍ଷରୁ ଖୋଲିଲା ଅଂଶୁଘାତ ପ୍ରତିକାର କେନ୍ଦ୍ର

ତିହିଡି, ୦୭.୦୪: ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ତିହିଡି ବ୍ଲକ ପୀରହାଟ ଅଧିନ ଦୁର୍ଘଟଣା ପ୍ରବଣ ଅଞ୍ଚଳଭାବେ ଜିଲ୍ଲାରେ ପରିଚିତ କାନପୁର ଠାରେ ପ୍ରଦେଶ ସେବା ସଂଗଠନ ପକ୍ଷରୁ ଖୋଲିଲା ଅଂଶୁଘାତ ପ୍ରତିକାର କେନ୍ଦ୍ର । ଏହି କେନ୍ଦ୍ରରେ ଜଳଛତ୍ର ସହ ଓଆରଏସ ଓ ଗ୍ଲୋକଜ୍ ପାଣିର ବ୍ୟବସ୍ଥା ରହିଛି । ଏଥିସହ ଆପଦବିପଦ କାଳୀନ ସେବା ମଧ୍ୟ ମିଳିପାରିବ ବୋଲି ସୂଚନା ମିଳିଛି । ପ୍ରଚଣ୍ଡ ରୌଦ୍ରତାପରେ ଲୋକେ ତ୍ରାହିତ୍ରହି ଡାକୁଥିବା ବେଳେ ଏହି ସଂଗଠନ ଲୋକଙ୍କ ସେବା ପାଇଁ ଏପରି ପଦକ୍ଷେପ ହାତକୁ ନେଇଛି । ସରକାରୀ ସ୍ତରରେ ହେଉ ଅଥବା ଅନ୍ୟ କୌଣସି ସଂସ୍ଥା ପକ୍ଷରୁ ଏଯାବତ୍ କୌଣସି ସ୍ଥାନରେ ଜଳଛତ୍ର ଖୋଲିନଥିବା ବେଳେ ସଂଗଠନର ଅଂଶୁଘାତ ପ୍ରତିକାର କେନ୍ଦ୍ରରେ ଲୋକଙ୍କ ଭିଡ ଜମିଥିଲା । ପଥଚାରୀ ଟିଏ ହେଉ ଅଥବା ଯାତ୍ରୀମାନେ ଆସି ପାଣି ମୁନ୍ଦେ ପିଇ ନିଜକୁ କୃତାର୍ଥ ମଣିଛନ୍ତି । ଏହି ସେବା ମଇ ମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସଂଗଠନ ପକ୍ଷରୁ ସୂଚନା ମିଳିଛି । ସକାଳ ୯ଟାରୁ ଅପରାହ୍ନ ୪.୩୦ ଘଟିକା ପର୍ଯ୍ୟନ୍ତ ଏହି ସେବା ଜାରି ରହିବ ବୋଲି ଜଣାଯାଇଛି । ରବିବାର ପୂର୍ବହ୍ନରେ ମୁଖ୍ୟ ଅତିଥି ଡ଼ା. ସୁଦୀପ୍ତ ପ୍ରଧାନଙ୍କ କରକମଳରେ ଏହାର ଉଦ୍‌ଘାଟନ ହୋଇଯାଇଛି । ସମ୍ମାନୀତ ଅତିଥିଭାବେ ସାମ୍ବାଦିକ ସଞ୍ଜୟ ଦାସ ଓ ଆଲୋକ ବିକାଶ ପ୍ରିୟଦର୍ଶୀ, ସଞ୍ଜୟ ମହାନ୍ତି, ସଂଗଠନର ସଭାପତି ରଞ୍ଜନ ମିଶ୍ର, ସମ୍ପାଦିକା ସୁଭଦ୍ରା ଭାରତୀ, କୋଷାଧ୍ୟକ୍ଷ ବସୁଶ୍ରୀ ଆର୍ତ୍ତର୍ ବଲ୍ଲଭ ବାରିକ, ଉପଦେଷ୍ଟା ଧୃବ ଚରଣ ପାଣିଗ୍ରାହୀ, ସହସମ୍ପାଦିକ ଗୌତମ ମିଶ୍ର, ଅକ୍ଷୟ ରଣା, ବୁଦ୍ଧଦେବ ବାରିକ, ତପନ ବାରିକ, ଅର୍ଜୁନ ପାଣିଗ୍ରାହୀ, ଅମରେନ୍ଦ୍ର ବାରିକ ଓ ପିଙ୍କୁ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *