ଦେଶ- ବିଦେଶ

ବ୍ରିଟେନ୍ ଜନମତ ସର୍ଭେ: ଋଷି ସୁନକଙ୍କ କଞ୍ଜର୍ଭେଟିଭ୍‌ ପାର୍ଟି ହାରିବ!

ଲଣ୍ଡନ: ପ୍ରାୟ ୧୫ ବର୍ଷ ଧରି ବ୍ରିଟେନ୍ ସଂସଦରେ କ୍ଷମତାରେ ରହିବା ପରେ ଋଷି ସୁନକଙ୍କ ନେତୃତ୍ୱାଧୀନ କଞ୍ଜର୍ଭେଟିଭ୍ ପାର୍ଟି ଆଗାମୀ ନିର୍ବାଚନରେ ଲେବର ପାର୍ଟିଠାରୁ ବଡ଼ ପରାଜୟର ସାମ୍ନା କରିବାକୁ ଯାଉଛି। ନିକଟରେ ୟୁଗଭ୍ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣରେ ମାର୍ଚ୍ଚ ୭ରୁ ୨୭ ମଧ୍ୟରେ ୧୮,୭୬୧ ବ୍ରିଟିସ ବୟସ୍କଙ୍କ ସାକ୍ଷାତ୍‌କାର ନିଆଯାଇଥିଲା, ଯେଉଁଥିରେ ଲେବର ପାର୍ଟିର ବିପୁଳ ବିଜୟ ସଙ୍କେତ ମିଳିଛି। ବ୍ରିଟେନ ସଂସଦରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ହେଲେ ଦଳଗୁଡ଼ିକୁ ୬୫୦ ଆସନରୁ ୩୨୬ ଆସନ ହାସଲ କରିବାକୁ ପଡ଼ିବ। ଦେଶବ୍ୟାପୀ ଲେବର ଦଳ ୪୦୩ଟି ଆସନ ହାସଲ କରିବ ବୋଲି ଆକଳନ କରାଯାଇଛି। ଅପରପକ୍ଷରେ କଞ୍ଜରଭେଟିଭ୍ ଦଳ କେବଳ ୧୫୫ଟି ଆସନ ଜିତିବ ବୋଲି ଆକଳନ କରାଯାଇଛି। ଜାନୁଆରି ୨୦୨୪ରେ ପ୍ରକାଶିତ ପୂର୍ବ ୟୁଗଭ୍ ଆକଳନ ତୁଳନାରେ ଏହା ୧୬୯ ସିଟ୍ କମ୍ ରହିଛି। ମୁଦ୍ରାସ୍ଫୀତିକୁ ଅଧା କରିବା, ଜାତୀୟ ଋଣ ହ୍ରାସ କରିବା, ଜାତୀୟ ସ୍ୱାସ୍ଥ୍ୟ ସେବା (ଏନ୍ଏଚ୍ଏସ୍)ରେ ଉନ୍ନତି ଆଣିବା, ବେଆଇନ ପ୍ରବାସୀଙ୍କୁ ରୋକିବା ଏବଂ ଅର୍ଥନୀତିରେ ଉନ୍ନତି ଆଣିବା ପାଇଁ ସୁନକ ପ୍ରତିଶ୍ରୁତି ଦେଇଥିବା ବେଳେ ସେହିସବୁ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛନ୍ତି। ଏଭଳି ସ୍ଥିତି କଞ୍ଜର୍ଭେଟିଭ୍‌ ପାର୍ଟିର ଚିନ୍ତା ବଢ଼ାଇ ଦେଇଛି।

Leave a Reply

Your email address will not be published. Required fields are marked *