ମନୋରଞ୍ଜନ

ଗରିବଙ୍କୁ ଖାଦ୍ୟ ବାଣ୍ଟୁଥିବା ବେଳେ ଫଟୋ ଉଠାଇବାରୁ ରାଗିଗଲେ ସାରା

ମୁମ୍ବାଇ: ସାରା ଅଲ୍ଳୀ ଖାନ୍‌ କିଛି ଦିନ ଅନ୍ତରରେ କୌଣସି ନା କୌଣସି କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେ କେବେ ମନ୍ଦିରରେ ପୂଜା କରୁଥିବାର ଦେଖିବାକୁ ମିଳନ୍ତି ତ କେବେ ପୁଣି ମଜାକିଆ ଅନ୍ଦାଜରେ ଫଟୋଗ୍ରାଫରଙ୍କ କ୍ୟ‌ାମେରାରେ କଏଦ ହୋଇଥାନ୍ତି।ନିକଟରେ ସାରାଙ୍କର ଏକ ଭଲ ପକ୍ଷ ଦେଖିବାକୁ ମିଳିଛି। ସେ କିଛି ଗରିବ ପିଲାଙ୍କୁ ଖାଦ୍ୟ ବାଣ୍ଟୁଥିବାର ଏକ ଭିଡିଓରେ ଦେଖିବାକୁ ମିଳିଛନ୍ତି। ହେଲେ ସେହି ସମୟରେ ଯେତେବବେଳେ ଗଣମାଧ୍ୟମ ପ୍ରତିନିଧି ତାଙ୍କର ଫଟୋ ଉଠାଇବାକୁ ଲାଗିଲେ ତ ଚିଡ଼ିଗଲେ ସାରା। ସେ ରାଗି ଯାଇ ସେମାନଙ୍କୁ କହିଲେ, ‘‘ବନ୍ଦ କର’’।

ସବୁବେଳେ ଫଟୋଗ୍ରାଫର୍‌ଙ୍କୁ ହସି ହସି ପୋଜ୍‌ ଦେଉଥିବା ସାରାଙ୍କର ରାଗ ଅନେକଙ୍କୁ ଚକିତ କରିଛି। ସେ ଖୁସିରେ ଲୋକଙ୍କୁ ଖାଦ୍ୟ ବାଣ୍ଟୁଥିଲେ। ହେଲେ ସେହି ସମୟରେ ହଠାର୍‌ ଗଣମାଧ୍ୟ ପ୍ରତିନିଧି ତାଙ୍କୁ ଘେରି ଯାଇଥିଲେ। ଯାହାଫଳରେ ରାଗିଯାଇଥିଲେ ସେ। ସାରାଙ୍କୁ ଅନ୍ୟର ସାହାଯ୍ୟ କରିବା ବେଳେ କ୍ୟାମେରାରେ ଆସିବା ପସନ୍ଦ ନୁହେଁ ବୋଲି ଏଥିରୁ ସ୍ପଷ୍ଟ ହୋଇଛି।

ସେ ବାରମ୍ବାର କହିବା ପରେ ବି ଫଟୋଗ୍ରାଫର୍‌ ବନ୍ଦ ନକରିବାରୁ ସାରା କହୁଥିବାର ନଜର ଆସିଛନ୍ତି, ‘‘ଦୟାକରି ବନ୍ଦ୍‌ କର। ଆପଣମାନଙ୍କୁ ଏହା କହି କହି ଥକି ଗଲିଣି।’’ ଯେତେବେ‌େ କ୍ୟାମେରାମ୍ୟାନ୍‌ ତାଙ୍କ କଥା ଶୁଣୁନାହାନ୍ତି ତ ସାରା ଚୁପ୍‌ଚାପ୍‌ ଯାଇ ଗାଡ଼ିରେ ବସିଯାଉଛନ୍ତି।

କିଛି ପ୍ରଶଂସକମାନେ ସାରାଙ୍କୁ ସମର୍ଥନ ମଧ୍ୟ କରିଛନ୍ତି। ସେମାନଙ୍କ କହିବା କଥା ହେଲା ଯଦି ସାରା ସହଜ ଅନୁଭବ କରୁନାହାନ୍ତି ତ ତାଙ୍କୁ ହଇରାଣ କରାଯିବା ଉଚିତ ନୁହେଁ।

Leave a Reply

Your email address will not be published. Required fields are marked *