ରାଜ୍ୟ

ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଉଲୁଣ୍ଡା ୩୦/୦୩ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ କ୍ଲଷ୍ଟର ର ହରିଣାପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗରୁଡଧ୍ୱଜ ପୂଜାହାରୀ ଙ୍କ ସଭାପତିତ୍ବରେ ମୁଖ୍ୟ‌‌‌ଅତିଥି ଭାବେ ପୂର୍ବତନ ୱ।ର୍ଡ ସଦସ୍ୟ କୃଷ୍ଣଚନ୍ଦ୍ର ପଧାନ ଯୋଗଦେଇଥିଲେ।ପ୍ରଥମେ ଗଣେଶ ଓ ମା ବୀଣାପାଣି ଙ୍କ ନିକଟରେ ଧୂପଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରାଯାଇଥିଲା। ଅତିଥି ଓଃ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଦାୟୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଜୀବନ ଉଜ୍ଜଳମୟ କାମନା କରିବା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ମୃତି ଚିହ୍ନ ସଦୃଶ ଏକ ପ୍ରମାଣପତ୍ର ଦିଆଯାଇଥିଲା। ଏଥିରେ ପ୍ରଧାନଶିକ୍ଷକ ମକୁନ୍ଦ ଧରୁଆ ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଜନ୍ମେଜୟ ବିଶି ସ୍ୱାଗତ ଭାଷଣ ଦେଇଥିଲେ।ଶେଷରେ ବିଜ୍ଞାନ ଶିକ୍ଷକ ସତ୍ୟବ୍ରତ କର୍ଣ୍ଣ ଧନ୍ୟବାଦ ଅର୍ପଣ ଦେଇଥିଲେ।

Leave a Reply

Your email address will not be published. Required fields are marked *