ରାଜ୍ୟ

୨୨ଲିଟର ଦେଶୀ ମଦ ଜବତ ଦୁଇ ଗିରଫ

ବ୍ରାହ୍ମଣୀଗାଁ , କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨୨ ଲିଟର ଦେଶୀ ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତି ୨ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣା ପଡ଼ିଛି,ସେମାନେ ହେଲେ ମୃତ ସୁମନ୍ତ ନାୟକ ଙ୍କ ପତ୍ନୀ ଓ ବନ ବିଶୋଇ। ପଞ୍ଚାୟତ ର ମାର୍କେଟ କମ୍ପ୍ଲେକ୍ସ ପରିସର ମଧ୍ୟରେ ଅବାଧ୍ୟ ଦେଶୀ ଚୋରା ମଦ କାରବାର ଚାଲିଥିବା ନେଇ କୌଣସି ସୁତ୍ରରୁ ଖବର ପାଇ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚିରଞ୍ଜିବି ବେହେରା ସଦଳ ବଳେ ଚୋରା ମଦ କାରବାର ଚାଲିଥିବା ଅଞ୍ଚଳ ରେ ଚଢ଼ାଉ କରିଥିବା ନେଇ ଥାନା ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପୋଲିସ ପକ୍ଷରୁ ବ୍ରାହ୍ମଣୀଗାଁ ଅଞ୍ଚଳ ର ବିଭିନ୍ନ ସ୍ଥାନ ରେ ବ୍ଲୋକିଂ କରି ଗାଡିମୋଟର ଯାଞ୍ଚକରିବା ସହ ଦେଶୀ ଚୋରା ମଦ କାରବାର ପ୍ରଟି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *