ମୁଖ୍ୟ ଖବର

ଜିଓ ଦେଲା ଏୟାରଟେଲ୍ କୁ ଟକ୍କର: ଆଣିଲା ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ୍, ମିଳିବ ୨୫ ଜିବି ଡାଟା

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସିଖବର ଆସିଛି। ଜିଓ ପକ୍ଷରୁ ଏୟାରଟେଲ୍କୁ ଟକ୍କର ଦେବା ଲାଗି ନୂଆ ରିଚାର୍ଜ ପ୍ଲାନ୍ ଅଣାଯାଇଛି। ଜିଓ ପକ୍ଷରୁ ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ୍ ଅନ୍ତର୍ଗତ ୪୯ ଟଙ୍କାର ନୂଆ ଡାଟା ଭାଉଚର ପ୍ଲାନ୍ ରଞ୍ଚ୍ କରାଯାଇଛି। ଏହାକୁ ଆଇପିଏଲ୍ କ୍ରିକେଟ ଅଫର ଅନ୍ତର୍ଗତ ତାଲିକାଭୁକ୍ତ କରାଯାଇଛି। ଏଥିରେ ଗ୍ରାହକଙ୍କୁ ୨୫ ଜିବି ଡାଟା ପ୍ରଦାନ କରାଯାଉଛି। ଏହି ପ୍ରିପେଡ୍ ପ୍ଲାନ୍ ର ବୈଧତା ଗୋଟିଏ ଦିନ ରହିଛି।ଏୟାରଟେଲ୍ ପକ୍ଷରୁ ମଧ୍ୟ ୪୯ ଟଙ୍କାରେ ଦିନିକିଆ ଡାଟା ପ୍ଲାନ୍ ଲଞ୍ଚ୍ କରାଯାଇଥିଲା। ତେବେ ଏଥିରେ ଗ୍ରାହକଙ୍କୁ ୨୦ ଜିବି ଡାଟା ଯୋଗାଇ ଦିଆଯାଉଛି। ଏହି ପ୍ଲାନ୍କୁ ଟକ୍କର ଦେବା ପାଇଁ ଜିଓ ଅଧିକ ୫ ଜିବି ଡାଟା ସହିତ ସମାନ ଟଙ୍କାର ସବୁଠୁ ଶସ୍ତା ପ୍ଲାନ୍ ଲଞ୍ଚ୍ କରାଯାଇଛି।

ଅଧିକ ଡାଟା ଚାହୁଁଥିବା ଜିଓ ଗ୍ରାହକ ୨୨୨ ଟଙ୍କାର ରିଚାର୍ଜ କରିପାରିବେ। ଏହି ରିଚାର୍ଜର ବୈଧତା ଆକ୍ଟିଭ୍ ବେସ୍ ପ୍ଲାନ୍ ସହ ସମାନ। ଏଥିରେ ଗ୍ରାହକ ୫୦ ଜିବି ଡାଟା ପାଇ ପାରିବେ। ଏହି ରିଚାର୍ଜ ଗ୍ରାହକଙ୍କୁ ଆଇପିଏଲ୍ ମ୍ୟାଚ୍ ଦେଖିବାରେ ସହାୟତା ପ୍ରଦାନ କରିବ।

ତେବେ ଜିଓର ଅନଲିମିଟେଡ୍ ୫-ଜି ଡାଟା ଅଫର ଥିବା ଗ୍ରାହକଙ୍କ ଏଭଳି ଡାଟା ଭାଉଚରର ଆବଶ୍ୟକତା ନାହିଁ। ‌କାରଣ ଏସବୁ ଗ୍ରାହକ ଅନଲିମିଟେଡ୍ ହାଇସ୍ପିଡ୍ ୫-ଜି ଡାଟା ଉପଲବ୍ଧ କରିପାରିବେ। ସେମାନଙ୍କ ପାଇଁ ଅନ୍ୟ ପ୍ରିପେଡ୍ ଡାଟା ଭାଉଚର ରିଚାର୍ଜ କରିବାର ଅଉ ଦରକାର ନାହିଁ।

Leave a Reply

Your email address will not be published. Required fields are marked *