Uncategorized

ମାନସିକ ସୁସ୍ଥତା: ଭାରତର ସ୍ଥାନ ଅଷ୍ଟମ, ବ୍ରିଟେନ ସବୁଠାରୁ ଦ୍ବିତୀୟ ଖରାପ ଦେଶ

ଲଣ୍ଡନ: ମାନସିକ ସୁସ୍ଥତା ପାଇଁ ବ୍ରିଟେନ ଦ୍ବିତୀୟ ସବୁଠାରୁ ଖରାପ ଦେଶର ମାନ୍ୟତା ପାଇଛି। ଏକ ନୂତନ ରିପୋର୍ଟରୁ ଜଣାପଡିଛି ଯେ ବ୍ରିଟିସ ଲୋକଙ୍କ ମାନସିକ ସ୍ବାସ୍ଥ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି ଏବଂ ବ୍ରିଟେନ ଦ୍ୱିତୀୟ ସବୁଠାରୁ ଦୁଃଖୀ ଦେଶ ଭାବରେ ସ୍ଥାନ ପାଇଛି। ‘ସେପିଆନ୍ ଲ୍ୟାବ୍ସ – ମେଣ୍ଟାଲ ଷ୍ଟେଟ୍ ଅଫ୍ ଦି ୱାର୍ଲ୍ଡ ୨୦୨୩’ ଅନୁଯାୟୀ, ବ୍ରିଟେନ ସବୁଠାରୁ ଖରାପ ମାନସିକ ସ୍ୱାସ୍ଥ୍ୟ ସଙ୍କଟ ଥିବା ଦେଶମାନଙ୍କ ମଧ୍ୟରୁ ଅନ୍ୟତମ ହୋଇଥିବାରୁ ନିମ୍ନରେ ରହିଛି ଏବଂ ତାଲିକାରେ ମାନସିକ ସ୍ବାସ୍ଥ୍ୟ କ୍ଷେତ୍ରରେ ସର୍ବାଧିକ ଖରାପ ରାଷ୍ଟ୍ର ଭାବେ ଉଜ୍‌ବେକିସ୍ତାନକୁ ଦର୍ଶାଯାଇଛି। ଉଜ୍‌ବେକିସ୍ତାନ, ବ୍ରିଟେନ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ତାଜିକିସ୍ତାନ ଏବଂ ଅଷ୍ଟ୍ରେଲିଆ ସେମାନଙ୍କ ହାରାହାରି ସ୍କୋର ଆଧାରରେ ନିମ୍ନ ପାଞ୍ଚଟି ଦେଶ ମଧ୍ୟରେ ଅଛନ୍ତି। ଗରିବ ଦେଶ ତୁଳନାରେ ଧନୀ ଦେଶଗୁଡ଼ିକ କମ୍ ସ୍କୋର କରିଥିବାରୁ ସମ୍ପତ୍ତି ଓ ଦୁଃଖ ମଧ୍ୟରେ ଥିବା ସଂପର୍କ ଚର୍ଚ୍ଚାରେ ରହିଛି।। ରିପୋର୍ଟ ଅନୁଯାୟୀ, ବିଶ୍ୱର ସବୁଠାରୁ ଖୁସି ସ୍ଥାନ ହେଉଛି ଡୋମିନିକାନ୍ ରିପବ୍ଲିକ୍, ଶ୍ରୀଲଙ୍କା, ତାଞ୍ଜାନିଆ, ପାନାମା, ମାଲେସିଆ ଏବଂ ନାଇଜେରିଆ। ଲାଟିନ୍ ଆମେରିକୀୟ ଦେଶଗୁଡ଼ିକ ମଧ୍ୟ ମାନ୍ୟତାର ଶୀର୍ଷ ଭାଗରେ ଅଛନ୍ତି।

Leave a Reply

Your email address will not be published. Required fields are marked *