ରାଜ୍ୟ

ଜିଲ୍ଲା ସାହିତ୍ୟ ମହୋତ୍ସବ ପାଇଁ ବ୍ଲକ୍ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଓଡ଼ଗାଁ,୨୮/୦୨(ନି.ପ୍ର)ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ୍ ଆନୁକୂଲ୍ୟରେ ଆସନ୍ତା ମାର୍ଚ୍ଚ ମାସ ୩ ତାରିଖରେ ନୟାଗଡ଼ ବଲାଙ୍ଗୀ ପାର୍କ ପରିସରରେ ହେବାକୁ ଯାଉଥିବା ତୃତୀୟ ଜିଲ୍ଲା ସାହିତ୍ୟ ଉତ୍ସବ ଅବସରରେ ଗତକାଲି ସନ୍ଧ୍ୟାରେ ଓଡ଼ଗାଁସ୍ଥିତ ରଘୁନାଥ ଆଥଲେଟିକ ଆସୋସିଏସନ ପରିସରରେ ବ୍ଲକ ସଂଯୋଜକ ଯଶୋବନ୍ତ ପଟ୍ଟନାୟକଙ୍କ ଆବାହକତ୍ଵରେ ଓଡ଼ଗାଁ ବ୍ଲକର ପ୍ରାୟ ୫୦ରୁ ଉର୍ଦ୍ଧ୍ବ କବି କବିୟିତ୍ରୀଙ୍କ ଉପସ୍ଥିତିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ କବି ତଥା ସମ୍ବାଦ ସାହିତ୍ୟ ଘର ସଭାପତି ଦିବାକର ନାୟକ ଆନୁଷ୍ଠାନିକ ଭାବରେ ଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିବାବେଳେ ଓଡ଼ଗାଁ ବ୍ଲକ ସାମ୍ବାଦିକ ସଂଘ ସଭାପତି ଅଶୋକ କୁମାର ମହାପାତ୍ର,ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ,କବି ମନୋଜ କୁମାର ନାୟକ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ।ବରିଷ୍ଠ କବି ପଞ୍ଚାନନ ପଣ୍ଡା ସଭା ପରିଚାଳନା କରିଥିବାବେଳେ କବି ଶରତଚନ୍ଦ୍ର ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *