ଦେଶ- ବିଦେଶ

ନିକି ହେଲିଙ୍କୁ ପରାସ୍ତ କରି ଦକ୍ଷିଣ କାରୋଲିନା ରିପବ୍ଲିକାନ୍‌ ପ୍ରାଇମେରିରେ ବିଜୟୀ ହେଲେ ଟ୍ରମ୍ପ୍‌

କଲମ୍ବିଆ: ଶନିବାର ଦିନ ପ୍ରତିଦ୍ବନ୍ଦ୍ବୀ ନିକି ହେଲିଙ୍କୁ ପରାସ୍ତ କରି ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲଡ୍‌ ଟ୍ରମ୍ପ୍‌ ଦକ୍ଷିଣ କାରୋଲିନା ରିପବ୍ଲିକ୍‌ ପ୍ରାଇମେରିରେ ବିଜୟୀ ହୋଇଛନ୍ତି।

ଏଥିରେ ବିଜୟୀ ହେବା ପରେ ଟ୍ରମ୍ପ୍‌ ଡେମୋକ୍ରେଟିକ୍‌ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହିତ ମୁକାବିଲା କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଶନିବାର ରାତିରେ ମତଦାନ ଶେଷ ହେବାର କିଛି ମୁହୂର୍ତ୍ତ ପରେ କଲମ୍ବିଆରେ ଟ୍ରମ୍ପ୍‌ ତାଙ୍କ ସହଯୋଗୀମାନଙ୍କୁ କହିଲେ, ରିପବ୍ଲିକାନ୍‌ ପାର୍ଟି ଏବେ ଯେମିତି ଏକଜୁଟ ହୋଇଛନ୍ତି ସେଭଳି ହେବାର ମୁଁ ପୂର୍ବରୁ କେବେ ଦେଖି ନ ଥିଲି।

କିନ୍ତୁ, ୩୦ ମିନିଟ୍‌ ଧରି ବକ୍ତବ୍ୟ ଦେଇଥିବା ଟ୍ରମ୍ପ୍‌ ଥରଟିଏ ମଧ୍ୟ ନିକି ହେଲିଙ୍କ ନାଁ ଧରି ନ ଥିଲେ।

ସୂଚନାଯୋଗ୍ୟ, ଆଇଓୱା, ନିୟୁ ହାମ୍ପ୍‌ସାୟାର୍‌, ନେଭାଦା, ଦି ୟୁଏସ୍‌ ଭର୍ଜନ୍‌ ଆଇଲାଣ୍ଡ୍‌ ଓ ଦକ୍ଷିଣ କାରୋଲିନାରେ ହୋଇଥିବା ମତଦାନରେ ଟ୍ରମ୍ପ୍‌ ପ୍ରାଧାନ୍ୟ ବିସ୍ତାର କରିଛନ୍ତି।

Leave a Reply

Your email address will not be published. Required fields are marked *