ରାଜ୍ୟ

ନୂତନ ଥାନା ଅଧିକାରୀ ଙ୍କ ଦାୟିତ୍ଵ ଗ୍ରହଣ

ବ୍ରାହ୍ମଣୀଗାଁ, କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ରେ ନୂତନ ଥାନା ଅଧିକାରୀ ଭାବେ ଚିରଞ୍ଜିବୀ ବେହେରା ଶୁକ୍ରବାର ଦିନ ଦାୟିତ୍ଵ ଗ୍ରହଣ କରିଛନ୍ତି । ସେ ଦାୟିତ୍ବ ଗ୍ରହଣ କରିବା ପରେ ଅଞ୍ଚଳ ରେ ଆଇନ ଶୃଙ୍ଖଳା ରକ୍ଷା କରିବା ଦିଗରେ କଡ଼ା କଡ଼ି କାର୍ଯ୍ୟ କରିବା ସହ ବେଆଇନ ମହୁଲି ମଦ ରନ୍ଧା ଓ ବିକ୍ରୀ କରିବା, ବେପାରୁଆ ଗାଡ଼ି ଚାଳନା, ଟ୍ରାଫିକ ସମସ୍ୟା, ଓ ବିଭିନ୍ନ ଅପରାଧିକ କାର୍ଯ୍ଯ କଳାପ ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ଯ କରିବେ ଓ ଜନତା ଙ୍କ ସହ ସୁସମ୍ପର୍କ ରକ୍ଷା କରି ଆଗାମୀ କାର୍ଯ୍ୟକୁ ଆଗେଇ ନେବେ ବୋଲି କହିଛନ୍ତି । ଆଗରୁ ଶ୍ରୀ ଚାପ ଧାରୀ ପ୍ରଧାନ ଏହି ଦାୟିତ୍ବ ତୁଲାଇ ଆସୁଥିଲେ, ବ୍ରାହ୍ମଣୀଗାଁ ଥାନା ରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପକ୍ଷରୁ ନୂତନ ଥାନା ଅଧିକାରୀ ଶ୍ରୀ ବେହେରା ଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ପୁର୍ବତନ ଅଧିକାରୀ ଶ୍ରୀ ପ୍ରଧାନ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ।

Leave a Reply

Your email address will not be published. Required fields are marked *