ରାଜ୍ୟ

ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କର୍ମଶାଳା

ନବରଙ୍ଗପୁର ୨୧.୦୨.୨୦୨୩ : ନବରଙ୍ଗପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଓ ପ୍ରସ୍ତୁତି ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା l ନବରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ସୁନୀଲ ଖୋରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ l ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ଭତ୍ରା, ନବରଙ୍ଗପୁର ତହସିଲଦାର କୈଳାଶ ଚନ୍ଦ୍ର ତ୍ରିପାଠୀ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ବିନାୟକ ଖାଡଙ୍ଗା , ସ୍ଵେଚ୍ଛାସେବୀ ସଂଗଠନ ର ସାହାରା ର ସମ୍ପାଦକ ମନୋଜ ଧଳ ମଞ୍ଚାସୀନ ଥିଲେ l ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ୩୧ ଟି ଗ୍ରାମରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ପ୍ରସ୍ତୁତି ସମ୍ପର୍କରେ ଏକ ଖସଡା ପ୍ରସ୍ତୁତ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା l ନବରଙ୍ଗପୁର ଜିଲ୍ଲା ଜରୁରୀ କାଳୀନ କାର୍ଯ୍ୟାଳୟର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ ଉପସ୍ଥିତ ରହି ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରସ୍ତୁତି ଏବଂ ଖସଡା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରି ସମସ୍ତଙ୍କୁ ଅବଗତ କରିଥିଲେ l ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ କମଳେଶ୍ୱରୀ ନାୟକ, ଚଞ୍ଚଳା ସାନ୍ତା , କୃଷ୍ଣଚନ୍ଦ୍ର ଭତ୍ରା, ଭି ଅନିତା, କୁମାରୀ ରୋଜାଲିନ, ଆରତି ନଳିନୀ ନନ୍ଦ, ରଶ୍ମିପ୍ରଭା ପାଣିଗ୍ରାହୀ, କାମାକ୍ଷି ତ୍ରିପାଠୀ, ସୁନିତା କୁମାରୀ ପାତ୍ର,ଆକୁଳ ବୈରାଗୀ, ପ୍ରୟାଗ ରଞ୍ଜନ ଲିମା ବ୍ଲକ ଏବଂ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ ର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l ସର୍ବଶେଷରେ ବ୍ଲକର ନୋଡାଲ ଅଫିସର ତଥା ଗ୍ରାମ୍ୟ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଭାବ ରଞ୍ଜନ ଶିକଦାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *